କନକ ବ୍ୟୁରୋ : କୌଣସି ପ୍ରକାର କଳାବଜାରୀ, ଗଚ୍ଛିତ କିମ୍ବା ନକଲି ସାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏହାପରେ ରାଜ୍ୟବ୍ୟାପୀ ସାର ମାଫିଆଙ୍କ ଉପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନରେ ଦୁଇଟି ସାର ଗୋଦାମ ଉପରେ ଚଢ଼ାଉ ହୋଇଛି । କାହିଁକି ଉଚ୍ଚା ଦରରେ ସାର ବିକ୍ରୟ କରୁଥିଲେ ଡିଲର ? ବିକ୍ରି ହୋଇଥିବା ସାରର କାହିଁକି ରେକର୍ଡ ନାହିଁ ? ସାର ବିକ୍ରୟ ସମୟରେ ଚାଷୀଙ୍କ ଆଧାର ନମ୍ବର କାହିଁକି ରଖାଯାଉନି ? ଏନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେପଟେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଦେଓଗାଁ ବନ୍ଧପଡ଼ା କୃଷି ସମବାୟ ସମିତିରେ ସ୍ୱାଭାବିକ ହୋଇଛି ସାର ବଣ୍ଟନ । ୟୁରିଆ ସାର ବଣ୍ଟନକୁ ନେଇ କୁତୁର୍ଲା ପେକ୍ସରେ ଗର୍ଜିଛନ୍ତି ଚାଷୀ ।

Advertisment

ସାରା ରାଜ୍ୟରେ ସାରର ଅଭାବୀ ବିକ୍ରି ଚାଲିଥିବା ବେଳେ ସମସ୍ୟା ଭୋଗୁଛନ୍ତି ଚାଷୀ । ସରକାର ବାରମ୍ବାର ସମୀକ୍ଷା କରୁଛନ୍ତି, ହେଲେ ସାର କୁଆଡ଼େ ଯାଉଛି ? କାହିଁକି କଳାବଜାରୀକୁ ରୋକି ପାରୁନାହାନ୍ତି ସରକାର ବୋଲି ପ୍ରଶ୍ନ କରିଛି ବିଜେଡି । ୧୭ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ । ସମସ୍ୟାର ସମାଧାନ ନହେଲେ ଜିଲ୍ଲାପାଳ ଏବଂ ବ୍ଲକ ଅଫିସରେ ଧାରଣା ଦେବାକୁ ଚେତାବନୀ ଦେଇଛି ଦଳ, ଏହାର ଜବାବ ରଖିଛି ବିଜେପି ।

ଲଗାତାର କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରୁ ସାର କଳାବଜାରୀ ନେଇ ସାମ୍ନାକୁ ଆସୁଛି ଅଭାବନୀୟ ଚିତ୍ର । ଯାହାକୁ ନେଇ ଏବେ ଆକ୍ସନ ମୋଡ଼ରେ ସରକାର ।