କନକ ବ୍ୟୁରୋ: ପହଲଗାମ ତାତି ଭିତରେ ସର୍ଜିକାଲ ଷ୍ଟ୍ରାଇକ ପ୍ରମାଣ ମାଗି ବିବାଦରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂ ଚନ୍ନୀ । ତେବେ ବିବାଦ ବଢ଼ିବାରେ କଂଗ୍ରେସସେନା ବୟାନ ବଦଳାଇଛନ୍ତି । ସେପଟେ ସିଡବ୍ଲ୍ୟୁସି ବୈଠକରେ ଖଡଗେଙ୍କ ବୟାନକୁ ନେଇ ମଧ୍ୟ ନୂଆ ବିବାଦ ଦେଖାଯାଇପାରେ । ତେବେ ପୂରା ଘଟଣାକ୍ରମର ଜବାବ ରଖିଛି ବିଜେପି
ଗୋଟିଏ ପଟେ ରହିଛି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ସିଂ ଚନ୍ନୀଙ୍କ ଗତକାଲିର ବୟାନ । ଯେଉଁଠି ସେ ସର୍ଜିକାଲଷ୍ଟ୍ରାଇକୁ ନେଇ ପ୍ରମାଣ ମାଗୁଛନ୍ତି ଆଉ ଆଜି କହୁଛନ୍ତି ସେ କୌଣସି ପ୍ରମାଣ ମାଗୁନାହାନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାକୁ ନେଇ ଦେଶ କିଭଳି ଶତ୍ରୁଙ୍କୁ ଜବାବ କଡ଼ା ଜବାବ ଦିଆଯିବ, ସେନେଇ ଘନଘନ ବୈଠକ, ଆଲୋଚନା, ଗୁପ୍ତରଣନୀତି ଉପରେ ସରକାର କାମ କରୁଥିବାବେଳେ କଂଗ୍ରେସ ନେତାଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି ।
ସମାଲୋଚନା ଓ ବିବାଦରେ ଫସିବା ପରେ ଯଦିଓ ଚରଣଜୀତ ନିଜ ବୟାନ ବଦଳାଇଛନ୍ତି ସେପଟେ କିନ୍ତୁ ଗତକାଲି ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନକୁ ନେଇ ମଧ୍ୟ ନୂଆ ବିବାଦ ଦେଖାଯାଇପାରେ । ଗୋଟେପଟେ ବିରୋଧୀ କହୁଛନ୍ତି ଆତଙ୍କବାଦ ବିରୋଧୀ ଲଢ଼େଇରେ ସରକାରଙ୍କ ସହ ଅଛି ଇଣ୍ଡିମେଣ୍ଟ , ଅନ୍ୟପଟେ ସରକାରଙ୍କ ରଣନୀତି ସ୍ପଷ୍ଟ ନୁହେଁ କହି ନିଜ ଆଭିମୁଖ୍ୟକୁ ମେଣ୍ଟ ଦ୍ବନ୍ଦ୍ୱରେ ପକାଇଛି ।
ସେପଟେ ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିଶୋଧ ଭିତରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ବଡ଼ ବୟାନ। ଯଦି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଶାହ ମତେ ଯୁଦ୍ଧରେ ସାମିଲ ହେବାକୁ ଅନୁମତି ଦେବେ ତା ହେଲେ ପାକିସ୍ତାନକୁ ଆତ୍ମଘାତୀ ବୋମା ନେଇ ଯିବି ବୋଲି କହିଛନ୍ତି କର୍ଣ୍ଣାଟକର ଗୃହ ବିଭାବ ମନ୍ତ୍ରୀ ଜମିର ଖାନ୍।