କ୍ଷୟକ୍ଷତି ଆକଳନକୁ ନେଇ ମାତିଲେ ଚାଷୀ । ବୀମା ମଲମ ଲଗାଇ ଆଶ୍ବାସନା ଦେଲେ ରାଜସ୍ବ ମନ୍ତ୍ରୀ । କହିଲେ, ଠକିଲେ ନିସ୍ତାର ନାହିଁ ।

Advertisment

ଅଦିନିଆ ବର୍ଷା ଚାଷୀଙ୍କୁ କ୍ଷତ ଦେଇଛି, ଆଉ ସେଥିରେ ଚୂନ ମାରୁଛନ୍ତି ଫସଲ ବୀମା କମ୍ପାନି। ବୀମା ବାବଦ ଅର୍ଥ ଦେବାରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରାଯାଉଥିବା ବେଳେ ଚାଷୀଙ୍କ ମନରେ ସାହସ ଭରିଛନ୍ତି ସୁରେଶ। ଚାଷୀଙ୍କୁ ଠକିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ, ଏଭଳି କହି ବୀମା କମ୍ପାନିକୁ ସୁଧୁରି ଯିବାକୁ ସଙ୍କେତ ଦେଇଛନ୍ତି ମନ୍ତ୍ରୀ।  

ଅଦିନିଆ ବର୍ଷା ଚାଷୀଙ୍କୁ କ୍ଷତ ଦେଇଛି, ଆଉ ସେଥିରେ ଚୂନ ମାରୁଛନ୍ତି ଫସଲ ବୀମା କମ୍ପାନି। ବୀମା ବାବଦ ଅର୍ଥ ଦେବାରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରାଯାଉଥିବା ବେଳେ ଚାଷୀଙ୍କ ମନରେ ସାହସ ଭରିଛନ୍ତି ସୁରେଶ। ଚାଷୀଙ୍କୁ ଠକିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ, ଏଭଳି କହି ବୀମା କମ୍ପାନିକୁ ସୁଧୁରି ଯିବାକୁ ସଙ୍କେତ ଦେଇଛନ୍ତି ମନ୍ତ୍ରୀ।  

ମାତିଲେ ଚାଷୀ, ମଲମ ଲଗାଇଲେ ମନ୍ତ୍ରୀ

ମାତିଲେ ଚାଷୀ, ମଲମ ଲଗାଇଲେ ମନ୍ତ୍ରୀ Photograph: (KanakNews )

କନକ ବ୍ୟୁରୋ: ଅଦିନିଆ ବର୍ଷା ଚାଷୀଙ୍କୁ କ୍ଷତ ଦେଇଛି, ଆଉ ସେଥିରେ ଚୂନ ମାରୁଛନ୍ତି ଫସଲ ବୀମା କମ୍ପାନି। ବୀମା ବାବଦ ଅର୍ଥ ଦେବାରେ ଦ୍ବନ୍ଦ୍ବାତ୍ମକ ସ୍ଥିତି ସୃଷ୍ଟି କରାଯାଉଥିବା ବେଳେ ଚାଷୀଙ୍କ ମନରେ ସାହସ ଭରିଛନ୍ତି ସୁରେଶ। ଚାଷୀଙ୍କୁ ଠକିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ, ଏଭଳି କହି ବୀମା କମ୍ପାନିକୁ ସୁଧୁରି ଯିବାକୁ ସଙ୍କେତ ଦେଇଛନ୍ତି ମନ୍ତ୍ରୀ।  

  • ଫସଲ ବୀମା କମ୍ପାନୀକୁ ସୁରେଶଙ୍କ ଚେତାବନୀ
  • ଚାଷୀଙ୍କୁ ଠକିଲେ ନିସ୍ତାର ନାହିଁ 

ତେବେ ଅଦିନିଆ ବର୍ଷା ଚାଲିଯାଇଛି ସତ, କିନ୍ତୁ ଯେଉଁ ଦୁର୍ଦ୍ଦଶାର ଦାଗ ଛାଡିଛି ତାହା ବେଶ ଯନ୍ତ୍ରଣାଦାୟକ। ଅମଳ ପୂର୍ବରୁ ହେକ୍ଟର ହେକ୍ଟର ଜମିରେ ପାଣିରେ ଭାସୁଛି ପାଚିଲା ଧାନ। ଉପକୂଳରୁ ଉପାନ୍ତ ଏବେ ସମାନ ସ୍ଥିତି। ଖାଲି ଧାନ ଫସଲ ନୁହେଁ ପନିପରିବା ମଧ୍ୟ ବିଲରେ ପଚିଲାଣି। ଯାହା ଦେଖିଲେ ଚାଷୀ ଆଖିରେ ଆପଣାଛାଏଁ ଜକେଇ ଆସୁଛି ଲୁହ। ବର୍ଷଯାକର ଦାନା ଯେତେବେଳେ ବିଲରେ ଗଜା ହେବାକୁ ବସିଲାଣି ସେତେବେଳେ ଫସଲବୀମା ଓ ସରକାରୀ ସହାୟତା ଏବେ ଚାଷୀଙ୍କର ଶେଷ ଭରସା। କିନ୍ତୁ ଫସଲବୀମା ଟଙ୍କା ଯେ ମିଳିବ ତାହାକୁ ନେଇ ଆଶଙ୍କାରେ ଚାଷୀଭାଇ ।

ଫସଲବୀମା କମ୍ପାନିଙ୍କ ମନମାନି ଭିତରେ କଡା ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। କ୍ଷତିଗ୍ରସ୍ତ ଚାଷୀଙ୍କୁ ହଇରାଣ କଲେ ସରକାର ନେବେ ଆକ୍ସନ। ଏବେ ସୁଦ୍ଧା ଆବେଦନ କରିଥିବା ୨୦ ହଜାର ଚାଷୀଙ୍କୁ ବୀମା ଦେବାରେ ବାଧକ ନ ସାଜନ୍ତୁ କମ୍ପାନି। ପୂର୍ବଭଳି ବେଲାଇନ ହେଲେ ବୀମା କମ୍ପାନିକୁ ଲାଇନକୁ ଆଣିବାକୁ ସରକାରଙ୍କ ପାଖରେ ଅନେକ ଅସ୍ତ୍ର ଅଛି। ମନ୍ତ୍ରୀଙ୍କ ଏଭଳି ପ୍ରତିକ୍ରିୟା ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିଛି। କିନ୍ତୁ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇନଥିବାରୁ ଚାଷୀଙ୍କ ଚିନ୍ତା ବଢିଚାଲିଛି।  

କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷୟକ୍ଷତି ବାବଦ ସହାୟତା ମିଳିବ, ଏହାର ଗ୍ୟାରେଣ୍ଟି ସରକାର ଦେଇଛନ୍ତି। ସର୍ଭେରୁ ଚାଷୀ ବାଦ୍ ପଡିଥିଲେ ଅଭିଯୋଗ ପାଇଁ ସରକାର ଦ୍ବାର ଖୋଲା ରଖିଛନ୍ତି। କିନ୍ତୁ ଏଯାଏଁ କ୍ଷୟକ୍ଷତିର ଆକଳନ ହୋଇନପାରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଛିଡା କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe