କନକ ବ୍ୟୁରୋ : ଆସନ୍ତାକାଲିଠୁ ଖୋଲିବ ମଣ୍ଡି, ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ଏହା ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି ସରକାର । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଚାଷୀ ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମୁଁ ବି ପ୍ରସ୍ତୁତ । ୨୦ରେ ବରଗଡ, ୨୧ରେ ସମ୍ବଲପୁରରେ ଧାନ କିଣାଯିବ । ଏନେଇ ସମସ୍ତ ମଣ୍ଡିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ପ୍ରତି ମଣ୍ଡିରେ ଜଣେ ଲେଖାଏଁ ଅଧିକୃତ ଅଧିକାରୀ ରହିବେ । କଟନିଛଟନି ହେଉଛି ନା ନାହିଁ, ନଜର ରଖିବେ । ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି । ପ୍ରତ୍ୟେକ ମଣ୍ଡିରେ ବୁଲି ତଦାରଖ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2024/11/19/dxf9pYLtMepcMNX4Qx0O.jpg)