କନକ ବ୍ୟୁରୋ : ଟ୍ୱିନ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସୁରେଶ ଦେବଦତ୍ତସିଂ । ବିଦାୟୀ ସିପି ସଞ୍ଜୀବ ପଣ୍ଡାଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ପୂଜା ପୂର୍ବରୁ କଟକ-ଭୁବନେଶ୍ୱରକୁମିଳିଛି ନୂଆ ପୋଲିସ କମିସନର ।ଦୁର୍ଗାପୂଜାପୂର୍ବରୁ କମିସନରେଟ୍ ପୁଲିସର ନବକଳେବର କରିଛନ୍ତି ରାଜ୍ୟ ସରକାର ।
୧୯୯୮ ବ୍ୟାଚ୍ ଆଇପିସଏସ୍ତଥା ଅପରେସନ ଏଡିଜି ସୁରେଶ ଦେବଦତ୍ତ ସିଂ ଦ୍ୱୈତନଗର ନୂତନ ପୁଲିସ କମିସନର ଭାବେ ଦାୟିତ୍ୱ ଗ୍ରହଣକରିଛନ୍ତି । ଏବେ ନୂଆ ସିପି ଏସ ଦେବଦତ୍ତ ସିଂଙ୍କ ଆଗରେ ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ୍ସମସ୍ୟା, ନିଶା କାରବାର, ଅପରାଧ ନିୟନ୍ତ୍ରଣ, ଭିଭିଆଇପି ସୁରକ୍ଷା ଆଦି ବଡ଼ ଆହ୍ୱାନ ହୋଇ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)