ଘରେ କନ୍ୟାସନ୍ତାନ ଜନ୍ମ ହେଲେ ପିତାମାତା ଝିଅର ଭବିଷ୍ୟତ ପାଇଁ କେତେ ସ୍ବପ୍ନ ବୁଣନ୍ତି । ଏମିତିକି ଛୋଟବେଳରୁ ହିଁ ଝିଅ ବିବାହ ପାଇଁ ଟଙ୍କା ସଞ୍ଚୟ କରନ୍ତି ଯେମିତିକି ଆଗକୁ ବିବାହରେ କିଛି ଉଣା ରହିନଯାଏ । ତେଣୁ ପ୍ରତିଟି ବାପା , ମା’ ଚାହାଁନ୍ତି ସେମାନଙ୍କ ଝିଅ ଯେମିତି ଭଲ ବର, ଭଲ ଶାଶୁଘରକୁ ଯାଉ ଆଉ କନ୍ୟାଦାନ କରି ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରନ୍ତୁ । କିନ୍ତୁ ବିବାହ ଭଳି ପବିତ୍ର ବନ୍ଧନ ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଦୋଛକିରେ ଆସି ପହଞ୍ଚିଯାଏ । ଖାଇବାକୁ ନେଇ , ଆତିଥ୍ୟକୁ ନେଇ , ଉପହାରକୁ ନେଇ ବାହାଘରରେ ଝଗଡ଼ା ଲାଗୁଥିବାର ଦୃଶ୍ୟ ଆପଣ ଅନେକ ସମୟରେ ଦେଖିଥିବେ । ଛୋଟ ଛୋଟ କଥାକୁ ନେଇ ବରପକ୍ଷ , କନ୍ୟାପକ୍ଷଙ୍କ ଭିତରେ ତୁ ତୁ ମେଁ ମେଁ ହେଲା ଭଳି ଦୃଶ୍ୟ ଆପଣଙ୍କ ସାମ୍ନାକୁ ଆସିଥିବ । ଏମିତି ହଁ ଘଟଣା ଏବେ ଗୁଜୁରାତର ସୁରତରେ ଘଟିଛି ।
Surat Police: इस थाने में हुई अनोखी शादी, पुलिसवाले बने बाराती, जानिए पूरा मामलाhttps://t.co/sHv4jUx9G6
— Jay Hind Bharatvarsh (@HindBharatvarsh) February 3, 2025
Good Job Surat police #Surat#gujaratpolice#marriage_in_police_station#Varachapolice#jhbnewspic.twitter.com/hGw3QeGfRq
ସୁରତରୁ ଚକିତ କରିଦେଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଖାଇବାରେ ଉଣା ହେଲା ବୋଲି ବାହାଘର ଭାଙ୍ଗି ଘରକୁ ଫେରୁଥିଲା ବର ଆଉ ତାପରେ କାନ୍ଦି କାନ୍ଦି ଥାନାରେ ପହଁଞ୍ଚିଲେ କନିଁଆ । ସୁରତର ବରାଛାରେ ରବିବାର ଏକ ଦମ୍ପତି ଅଞ୍ଜଳୀ କୁମାରୀ ଏବଂ ରାହୁଲ୍ ପ୍ରମୋଦ ମହତୋଙ୍କ ବିବାହ ବଡ଼ ଜୋରସୋରରେ ହେଉଥିଲା । ଉଭୟ ଦମ୍ପତି ବିହାରର କିନ୍ତୁ ବିବାହ ଚାଲିଥାଏ ସୁରତରେ । ହିନ୍ଦୁ ରୀତିନୀତି ଅନୁସାରେ ସବୁ ସୁରୁଖୁରୁରେ ଚାଲିଥାଏ ଆଉ ଠିକ୍ ସେତିକିବେଳେ ବରପକ୍ଷ ବିବାହରେ ଖାଇବାକୁ ନେଇ ଚିଡ଼ି ଉଠିଲେ । ମନପସନ୍ଦର ଖାଇବା ହୋଇନଥିଲା ବୋଲି କନିଆଁପକ୍ଷଙ୍କୁ ଗାଳିଗୁଲଜ କରିବା ସହ ବାହାଘର ଭାଙ୍ଗି ଚାଲିଗଲା ବର । ଝିଅର ଭବିଷ୍ୟତ ପାଇଁ ବାପା ଏବଂ କନ୍ୟା ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହେଲେ । ଥାନାବାବୁ କନିଆଁର କାନ୍ଦ ଦେଖି ତୁରନ୍ତ ବର ଏବଂ ବରପକ୍ଷଙ୍କୁ ଥାନାକୁ ଭିଡ଼ିଆଣିଲେ । କିଛି ସମୟ ବୁଝାଇବା ପରେ ବିବାହ ପାଇଁ ରାଜି ହେଲା ବର । ହେଲେ ମଣ୍ଡପକୁ ଗଲେ ପୁଣି ଝଗଡ଼ା ହେବ ଭାବି କନ୍ୟାପକ୍ଷ ଚିନ୍ତା ପ୍ରକଟ କରିବାରୁ ଥାନାରେ ହିଁ ଦୁହିଁଙ୍କ ବିବାହ ସମ୍ପନ୍ନ ହେଲା । ଫୁଲମାଳ ପକାଇ ଦୁହେଁ ଦୁହିଁଙ୍କୁ ସାତଜନ୍ମ ପାଇଁ ସାଥୀ କରିଲେ ଅଞ୍ଜଳୀ ଓ ରାହୁଲ୍ ।