ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ଶକ୍ତ ଟିପ୍ପଣୀ, ଅଭିଯୁକ୍ତଙ୍କ ଉପରେ ଆକ୍ସନକୁ ନେଇ ପ୍ରଶ୍ନ ଉଠାଇଲେ କୋର୍ଟ

Advertisment

ଅପରାଧୀଙ୍କ ଘରେ ଚାଲିବନି ବୁଲଡୋଜର। ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ଦୋଷୀଙ୍କ ବିରୋଧରେ ନିଆଯାଉଥିବା ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ବୁଲଡୋଜର ଆକ୍ସନ ବିରୋଧରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି।

up

କନକ ବ୍ୟୁରୋ: ଅପରାଧୀଙ୍କ ଘରେ ଚାଲିବନି ବୁଲଡୋଜର। ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ଦୋଷୀଙ୍କ ବିରୋଧରେ ନିଆଯାଉଥିବା ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ବୁଲଡୋଜର ଆକ୍ସନ ବିରୋଧରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି। କୌଣସି ମାମଲାରେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଆଇନ ବିନା ତାଙ୍କ ଘରକୁ ବୁଲଡୋଜର ଲଗାଇ ନଷ୍ଟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଦୋଷୀଙ୍କ ବିରୋଧରେ ବୁଲଡୋଜର ଆକ୍ସନ ପ୍ରଥମେ ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଜେପି ଶାସିତ ରାଜ୍ୟ ସରକାର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି। ଅପରାଧିକ ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ବୁଲଡୋଜର ଆକ୍ସନ ନିଆଯାଉଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ବିଭିନ୍ନ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହାର ଶୁଣାଣୀ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ବର ୧୭କୁ ଧାର୍ୟ୍ୟ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe