supreme-Court Photograph: (Google)
କନକ ବ୍ୟୁରୋ; ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ରାଜ୍ୟରେ ଅନ୍ୟ କେତେ ଜଣଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ଦାୟର ହୋଇଥିଲା। ଏହି ଆବେଦନଗୁଡ଼ିକ ଉପରେ ଶୁଣାଣି ଜାରି ରହିଥିବାବେଳେ ରାଜ୍ୟରେ ଚାଲିଥିବା ଏସ୍ଆଇଆର୍ରେ କୌଣସି ପ୍ରକାର ବାଧା ସୃଷ୍ଟି କରିବାକୁ ଅନୁମତି ଦେବେନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ପଶ୍ଚିମବଙ୍ଗରେ ଏସ୍ଆଇଆର୍ ସମ୍ପର୍କିତ ଆବେଦନ ଗୁଡ଼ିକର ଶୁଣାଣି କରିଥିଲେ। ଏଥିରେ ଅନ୍ୟ ପ୍ରସଙ୍ଗଗୁଡ଼ିକ ମଧ୍ୟରେ, ‘ତାର୍କିକ ଅସଙ୍ଗତି’ ତାଲିକାରେ ଭୋଟରମାନଙ୍କୁ କିପରି ବର୍ଗୀକୃତ କରାଯାଇଛି ତାହା ଚ୍ୟାଲେଞ୍ଜ କରୁଥିଲା ।
ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କଲା କଂଗ୍ରେସ
ମମତା ଦୀର୍ଘ ଦିନ ହେଲା ଏସ୍ଆଇଆର୍ ନେଇ ନିର୍ବାଚନ ଆୟୋଗଙ୍କ ସହିତ ମୁହାଁମୁହିଁ ହେଉଥିବାବେଳେ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ଆବେଦନ ଉପରେ ପକ୍ଷ ରଖିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ଏସ୍ଆଇଆର୍ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବା ପର୍ଯ୍ୟନ୍ତ ରାଜ୍ୟ ପୁଲିସ ଅଧିକାରୀମାନଙ୍କୁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଅଧୀନରେ ରଖିବା ପାଇଁ ସନାତନ ସଂସଦ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲା ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ବିଚାର କରାଯାଇଥିଲା। ଏହାର ଜବାବରେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ହିଂସା, ଧମକ ଏବଂ ଏସ୍ଆଇଆର୍ ସମ୍ବନ୍ଧୀୟ କର୍ତ୍ତବ୍ୟରେ ହସ୍ତକ୍ଷେପ ସମ୍ପର୍କରେ ଅଭିଯୋଗ କରିଥିଲେ ।
Follow Us