କନକ ବ୍ୟୁରୋ:  କମେଡିଆନଙ୍କ ଆପତ୍ତିଜନକ ସୋ’କୁ ନେଇ ସୁପ୍ରିମକୋର୍ଟଙ୍କ  ବଡ଼ ରାୟ । କମର୍ସିଆଲ ସ୍ପିଚକୁ ନେଇ ରାୟ ଶୁଣାଇଲେ କୋର୍ଟ । କେମଡିଆନ ସମୟ ରାଇନା ଓ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅନଲାଇନରେ ଅଶ୍ଳୀଳ ଶବ୍ଦ ବ୍ୟବହାର ମାମଲାରେ ସୁପ୍ରିମକୋର୍ଟ ଆଜି ବଡ଼ ରାୟ ଦେଇଛନ୍ତି ।

Advertisment

ମାମଲାରେ ସମ୍ପୃକ୍ତ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନା, ରଣବୀର ଆଲ୍ଲାବାଦିଆ ଓ ଅନ୍ୟ ତିନଜଣ ଇନଫ୍ଲୁଏନ୍ସରଙ୍କୁ ‘ଇଣ୍ଡିଆ’ସ ଗଟ୍ ଲାଟେଣ୍ଟ’ ଶୋ’ରେ ଅପମାନଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିସହିତ କୋର୍ଟ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଲିଖିତ ଜବାବ ଦାଖଲ କରିବାକୁ ଓ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ କୋର୍ଟ କେନ୍ଦ୍ର ସରକାରଙ୍କୁ ଡିଜିଟାଲ କଣ୍ଟେଣ୍ଟ ନିୟନ୍ତ୍ରଣ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।