ବୁଲା କୁକୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବନ୍ଧ୍ୟାକରଣ ଓ ଟିକାକରଣ ପରେ ଛାଡ଼ି ଦେବାକୁ ନିର୍ଦ୍ଦେଶ

ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ କୁକୁର ଆଶ୍ରୟସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଏକ ସମୀକ୍ଷା ଆବେଦନ ଦାଖଲ କରାଯାଇଥିଲା।

52

କନକ ବ୍ୟୁରୋ: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସ୍ଥାନାନ୍ତରଣ ନୁହେଁ, ବୁଲା କୁକୁରଙ୍କୁ ଇଞ୍ଜେକ୍ସନ୍ ଓ ବନ୍ଧ୍ୟାକରଣ କରି ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ନିକଟରେ ବୁଲା କୁକୁରଙ୍କୁ ସେଲଟର ହୋମକୁ ସ୍ଥାନାନ୍ତରଣ ପାଇଁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ତା ଉପରେ ପୁନର୍ବିଚାର କରି ଏହି ରାୟ ଦେଇଛନ୍ତି ।

ଅଗଷ୍ଟ ୧୧ ତାରିଖରେ ମାମଲାର ଶୁଣାଣି ସମୟରେ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆରର ରାସ୍ତାରୁ ବୁଲା କୁକୁରମାନଙ୍କୁ ସ୍ଥାୟୀ ଭାବରେ କୁକୁର ଆଶ୍ରୟସ୍ଥଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଏକ ସମୀକ୍ଷା ଆବେଦନ ଦାଖଲ କରାଯାଇଥିଲା। ଆଜି, ଏହି ମାମଲାରେ ନିଜର ରାୟ ଦେବା ସମୟରେ, କୋର୍ଟ କହିଛନ୍ତି 

ବୁଲା କୁକୁର ପ୍ରସଙ୍ଗ, ବଦଳିଲା ‘ସୁପ୍ରିମ୍‌’ ନିଷ୍ପତ୍ତି 
-ଆଶ୍ରୟସ୍ଥଳରେ ରହିବେନି ବୁଲା କୁକୁର
-କୁକୁରମାନଙ୍କୁ ବନ୍ଧ୍ୟାକରଣ ପରେ ମୁକ୍ତ କରାଯିବ
-ହିଂସ୍ର କୁକୁରମାନଙ୍କୁ ମୁକ୍ତ କରାଯିବ ନାହିଁ
-ରୋଗିଣା ଏବଂ ଆକ୍ରମଣାତ୍ମକ କୁକୁରଙ୍କୁ ଆଶ୍ରୟ ସ୍ଥଳରେ ରହିବେ

ରାୟ ଦେବା ସମୟରେ, ଅଦାଲତ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କେହି ଖୋଲାରେ କୁକୁରମାନଙ୍କୁ ଖାଇବାକୁ ଦିଅନ୍ତି, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କୁକୁରଙ୍କୁ ଉଦ୍ଧାର କଲାବେଳେ ଉଦ୍ଧାରକାରୀ ଟିମ୍‌କୁ ଅଟକାଇଲେ ୨ ଲକ୍ଷ ଟଙ୍କାର ଜରିମାନା ଲାଗିବ ବୋଲି ତାଗିଦ୍‌ କରିଛନ୍ତି ସୁପ୍ରିମକୋର୍ଟ।

ବୁଲା କୁକୁର ପ୍ରସଙ୍ଗ, ବଦଳିଲା ‘ସୁପ୍ରିମ୍‌’ ନିଷ୍ପତ୍ତି 
-ବୁଲା କୁକୁରଙ୍କ ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରାଯିବ
-ଜଳାତଙ୍କ ସଂକ୍ରମିତ କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ଉଚିତ
-ସାର୍ବଜନୀନ ସ୍ଥାନରେ କୁକୁରମାନଙ୍କୁ ଖାଦ୍ୟ ଦିଆଯିବ ନାହିଁ
-ବୁଲା କୁକୁରମାନଙ୍କ ପାଇଁ ପୃଥକ୍‌ ଖାଦ୍ୟ ପ୍ରଦାନ ସ୍ଥାନ କରାଯିବ

ଏନେଇ ସବୁ ରାଜ୍ୟକୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।  ବିଚାରପତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବୁଲା କୁକୁର ପ୍ରସଙ୍ଗରେ ରାୟ ଦେଇଛନ୍ତି ।

ବୁଲା କୁକୁର ପ୍ରସଙ୍ଗ, ବଦଳିଲା ‘ସୁପ୍ରିମ୍‌’ ନିଷ୍ପତ୍ତି 
ଏନ୍‌ସିଆର ଅଞ୍ଚଳ ସହିତ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ
ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ
ପୂର୍ବ ସମସ୍ତ ମାମଲାକୁ ସୁପ୍ରିମ୍‌କୋର୍ଟଙ୍କୁ ସ୍ଥାନାନ୍ତର କରାଯିବ

ଅଗଷ୍ଟ ୧୧ ତାରିଖରେ ସୁପ୍ରିମକୋର୍ଟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ଯେ ଆଗାମୀ ୮ ସପ୍ତାହ ମଧ୍ୟରେ ଦିଲ୍ଲୀ-ଏନ୍‌ସିଆରର ସମସ୍ତ ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜି ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କିଛି ସଂଶୋଧନ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe