କନକ ବ୍ୟୁରୋ : ମମତା ସରକାରଙ୍କୁ ବଡ ଝଟକା । ପଶ୍ଚିମବଙ୍ଗରେ ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଚୟନ ପ୍ରକ୍ରିୟାକୁ ଦୁର୍ନୀତିଗ୍ରସ୍ତ ଏବଂ କଳଙ୍କିତ ବୋଲି କହି ସରକାରୀ ତଥା ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ୨୫,୭୫୩ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ରଦ୍ଧ କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଯେଉଁ କର୍ମଚାରୀଙ୍କ ନିଯୁକ୍ତି ବାତିଲ ହୋଇଛି ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ଏବଂ ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ଯ୍ୟରେ ରଖାଯିବ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଏପ୍ରିଲ ୪ ରେ ଶୁଣାଣି ସ୍ଥିର ହୋଇଛି । ଏହି ମାମଲା ପଶ୍ଚିମବଙ୍ଗ ଏସଏସସି ନିଯୁକ୍ତି ମାମଲା ଭାବରେ ମଧ୍ୟ ଜଣାଶୁଣା । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଚୟନ ପ୍ରକ୍ରିୟା ସମ୍ପର୍କରେ ଦୃଢ଼ ପର୍ୟ୍ୟବେକ୍ଷଣ କରିଥିଲେ ଏବଂ କହିଥିଲେ ,ନିଯୁକ୍ତିଗୁଡ଼ିକ ଠକେଇ ସହିତ ସମାନ ।
ମମତାଙ୍କୁ ସୁପ୍ରିମ୍ ଝଟକା
ମମତା ସରକାରଙ୍କୁ ବଡ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ
୨୫ ହଜାର ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତିକୁ ବାତିଲ କରିଛନ୍ତି ସର୍ବୋଚ ଅଦାଲତ
ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ ମନା କରି ଦେଇଛନ୍ତି ।
ଚୟନ ପ୍ରକ୍ରିୟାକୁ ଦୁର୍ନୀତିଗ୍ରସ୍ତ ଏବଂ କଳଙ୍କିତ ବୋଲି କରିଛନ୍ତି ଖଣ୍ଡପୀଠ
‘ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ’
ସରକାରୀ ବିଦ୍ୟାଳୟରେ ୨୫,୭୫୩ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ମିଳିଥିଲା
ପରୀକ୍ଷାରେ ଓଏମଆର ସିଟ୍ ଏବଂ ରାଙ୍କରେ ହେରଫେର କରାଯାଇଥିବାର ପ୍ରମାଣ ମିଳିଥିଲା
ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ଯ୍ୟରେ ରଖାଯିବ
ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମମତା
ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠଙ୍କ ନିଷ୍ପତ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/04/03/cltPdT3d5g3baTvgTlJq.jpg)