ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସ୍ ଉପରେ ‘ସୁପ୍ରିମ’ ଫଇସଲା ଆସିଛି । ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସଂଖ୍ୟାଲଘୁ ଷ୍ଟାଟସ୍କୁ ବୈଧ ରଖିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଖଣ୍ଡପୀଠ ମାମଲାରେ ୪-୩ ବହୁମତରେ ରାୟ ଦେଇଛନ୍ତି । ଏଥିରେ ସିଜେଆଇ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଜେ,ବି ପରଦିଓ୍ବାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ଏଏମୟୁକୁ ସଂଖ୍ୟାଲଘୁ ସପକ୍ଷରେ ରାୟ ଶୁଣାଇଥିଲେ । ହେଲେ ଜଷ୍ଟିସ୍ ସୂର୍ୟ୍ୟକାନ୍ତ, ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ସତିଶ ଚନ୍ଦ୍ର ଶର୍ମା ଏହାକୁ ଅସହମତି ପ୍ରକାଶ କରିଥିଲେ । ତେବେ ଆଗାମୀ ଶୁଣାଣୀ ନୂଆ ପ୍ରଧାନବିଚାପତିଙ୍କ ଖଣ୍ଡପୀଠ ଦ୍ୱାରା ହେବ ।
ଆଲିଗଡ ବିଶ୍ୱବିଦ୍ୟାଳୟ ଉପରେ ସୁପ୍ରିମ ନିଷ୍ପତ୍ତି ; ସଂଖ୍ୟାଲଘୁ ଷ୍ଟାଟସକୁ ବୈଧ ରଖିଲେ କୋର୍ଟ
ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ସଂଖ୍ୟାଲଘୁ ଷ୍ଟାଟସ୍ ଉପରେ ସୁପ୍ରିମ ଫଇସଲା । ସଂଖ୍ୟାଲଘୁ ଷ୍ଟାଟସ୍କୁ ସାମୟିକ ବୈଧ ରଖିଲେ ସର୍ବୋଚ୍ଚ ନ୍ୟାୟଳୟ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଖଣ୍ଡପୀଠ ଆବେଦନ ଉପରେ ଶୁଣାଣୀ ।