କନକ ବ୍ୟୁରୋ: ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି । ସେ କହିଛନ୍ତି, କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଉପରେ ବୁଲଜୋଡର ଚଢ଼ାଇବା ଗ୍ରହଣୀୟ ନୁହେଁ । ଏଭଳି କାର୍ଯ୍ୟରେ ସରକାରୀ କ୍ଷମତାର ଦୁରୂପଯୋଗ କରାଯିବା ଉଚିତ ନୁହେଁ । ଏହି ଅବସରରେ ଜଷ୍ଟିସ ଗଭଇ ଏକ କବିତାର ପଂକ୍ତି ଶୁଣାଇ କହିଛନ୍ତି, ସମସ୍ତଙ୍କ ପାଇଁ ଘର ଏକ ସ୍ୱପ୍ନ ସଦୃଶ, ଯାହା କେବେ ଭାଙ୍ଗିବା ଠିକ୍ ନୁହେଁ । ଗତ ସେପ୍ଟେମ୍ବର ୧୭ ତାରିଖରେ ବୁଲଡୋଜର ଆକ୍ସନ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । କିଛି ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନ ବିରୋଧରେ ଆବେଦନ ଦାଖଲ କରାଯାଇଥିଲା। ତେବେ ଏହା ଉପରେ ଆଜି ସୁପ୍ରିମକୋର୍ଟ ବଡ଼ ଶୁଣାଣୀ କରିଛନ୍ତି। ମନଇଚ୍ଛା କ୍ଷମତାର ଦୁରୂପୋଯୋଗ କରିବାର ଅନୁମତି କେବେ ଦିଆଯାଇନାହିଁ। 

Advertisment

ବୁଲଡୋଜର ଆକ୍ସନ, କ’ଣ କହିଲେ ସୁପ୍ରିମକୋର୍ଟ?

- କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ବିରୋଧରେ ମନମାନି କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ
- ବୁଲଡୋଜର ଆକ୍ସନ ସାମୂହିକ ଦଣ୍ଡ ସଦୃଶ୍ୟ, ଯାହାର ଅନୁମତି ଦିଏନାହିଁ ସମ୍ବିଧାନ
- ନିରପେକ୍ଷ ଶୁଣାଣି କାହାରିକୁ ଦୋଷୀ କରାଯାଇପାରିବ ନାହିଁ
- ଆଇନର ଶାସନ, ଆଇନର ବ୍ୟବସ୍ଥାରେ ନିରପେକ୍ଷତା ଉପରେ ବିଚାର କରାଯିବା ଉଚିତ
- ଅପରାଧୀ କିମ୍ବା ଦୋଷୀଙ୍କୁ ମଧ୍ୟ ଅପରାଧିକ ଆଇନର ସୁରକ୍ଷା ଦିଆଯାଇଥାଏ
- ଆଇନର ଶାସନକୁ ଶେଷ କରାଯାଇପାରିବ ନାହିଁ
- ସାମ୍ବିଧାନିକ ଗଣତନ୍ତ୍ରରେ ନାଗରିକ ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ଜରୁରୀ
- କୌଣସି ଅପରାଧୀ କିମ୍ବା ଦୋଷୀଙ୍କ ଘରକୁ ଧ୍ୱଂସ କରିବା ଆଇନର ଉଲ୍ଲଂଘନ 
- ଅଧିକାରୀଙ୍କ ଏଭଳି ମନମାନୀ କାର୍ୟ୍ୟ ପାଇଁ ସେମାନଙ୍କୁ ଦାୟୀ କରାଯିବା ଦରକାର
- କ୍ଷମତାର ଦୁରୂପଯୋଗ କରୁଥିବା ଅଧିକାରୀଙ୍କୁ ଆଦୌ ଛଡ଼ାଯିବ ନାହିଁ
- ନୋଟିସରେ ବୁଲଡୋଜର ଚଲାଇବାର କାରଣ, ଶୁଣାଣୀର ତାରିଖ ବାଧ୍ୟତାମୂଳକ
- ବୁଲଡୋଜର ଆକ୍ସନ କେତେ ଜରୁରୀ, ତାହା ନିର୍ଦ୍ଦେଶନାମାରେ ଉଲ୍ଲେଖ ହେବା ଦରକାର
--