ରାଗିଲେ ସର୍ବୋଚ୍ଚ ଅଦାଲତ: ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ, ରାଜ୍ୟପାଳ ଚିନ୍ତିତ

Advertisment

ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା  ଭର୍ତ୍ସନା । ବିଧାନସଭାରେ ଗୃହିତ ବିଲକୁ ସ୍ଥଗିତ ରଖିପାରିବେନି ରାଜ୍ୟପାଳ । ଗାଇଡଲାଇନ ଜାରି ସହ କୋର୍ଟଙ୍କ ତାଗିଦ । 

ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା  ଭର୍ତ୍ସନା । ବିଧାନସଭାରେ ଗୃହିତ ବିଲକୁ ସ୍ଥଗିତ ରଖିପାରିବେନି ରାଜ୍ୟପାଳ । ଗାଇଡଲାଇନ ଜାରି ସହ କୋର୍ଟଙ୍କ ତାଗିଦ । 

41-ତାମିଲନାଡ଼ୁ

କନକ ବ୍ୟୁରୋ: ତାମିଲନାଡୁର କ୍ଷମତା ଲଢ଼େଇରେ ଆଜି ରାଜ୍ୟ ସରକାରଙ୍କୁ ବଡ଼  ଆଶ୍ବସ୍ତି ମିଳିଛି । ସେପଟେ ବଢ଼ିଛି ରାଜ୍ୟପାଳଙ୍କ ଚିନ୍ତା । ୧୦ ବିଲ୍‌କୁ ମଞ୍ଜୁରୀ ଦେବାରେ ବିଳମ୍ବ ନେଇ ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିବା ସହ କ୍ଷମତାର ଅପବ୍ୟବହାର ନକରିବାକୁ ତାଗିଦ କରାଇଛନ୍ତି ।  

  • ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ, ରାଜ୍ୟପାଳ ଚିନ୍ତିତ
  • ବିଲ୍ ମଞ୍ଜୁରୀରେ ବିଳମ୍ବ, ରାଗିଲେ ସର୍ବୋଚ୍ଚ ଅଦାଲତ 


କାହିଁକି ପାରିତ ୧୦ ବିଲ୍‌କୁ ଏଯାଏଁ ମିଳିନି ମଞ୍ଜୁରୀ ? କାହିଁକି ଆଇନରେ ପରିଣତ ହେବାରେ ବିଳମ୍ବ ହେଉଛି ? କ୍ଷମତାର ଅପବ୍ୟବହାର ନା’ ଖାମଖିଆଲି ମନୋବୃତ୍ତି ? ଏଭଳି କିଛି ପ୍ରଶ୍ନ ପଚାରି ଆଜି ତାମିଲନାଡ଼ୁ ରାଜ୍ୟପାଳ ଆରଏନ ରବିଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ସର୍ବ ସହମତିରେ ବିଧାନସଭାରେ ବିଲ୍ ପାରିତ ହେଉଛି ତେବେ ଏହାକୁ ମଞ୍ଜୁରୀ ଦେବାରେ କେଉଁଠି ପେଞ୍ଚ ରହିଛି ବୋଲି ଜଷ୍ଟିସ ଜେବି ପାଦ୍ରୀୱାଲା ଓ ଜଷ୍ଟିସ ମହାଦେବନଙ୍କଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।   

ତାମିଲନାଡୁ ରାଜ୍ୟପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା
-ଯଦି ବିଧାନସଭାରେ ଗୃହୀତ କୌଣସି ବିଲ ମଞ୍ଜୁରୀ ପାଇଁ ଆସେ, ତେବେ ମାସକ ଭିତରେ ବିଚାର କରିପାରିବେ କିମ୍ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇପାରିବେ 
-ଗୋଟିଏ ବିଲ୍‌ ପୁଣିଥରେ ବିଧାନସଭାରେ ଗୃହୀତ ହୋଇ ମଞ୍ଜୁରୀ ପାଇଁ ଆସେ, ତେବେ ରାଜ୍ୟପାଳ ୩୦ଦିନରେ ମଞ୍ଜୁରୀ ଦେବେ
-ଏହା ପାଳନ ନହେଲେ ରାଜ୍ୟପାଳଙ୍କ କାର୍ଯ୍ୟ କୋର୍ଟଙ୍କ ଯାଞ୍ଚ ପରିସରଭୁକ୍ତ ହେବ

ସେପଟେ କୋର୍ଟଙ୍କ ରାୟକୁ ଐତିହାସିକ ବିଜୟ କହିଛି ଡିଏମକେ । ଯଦି ନଜର ପକାଯାଏ ତାମିଲନାଡ଼ୁ ସରକାର ଓ ରାଜ୍ୟପାଳଙ୍କ ବିବାଦ ଉପରେ ତେବେ ଏହା ବେଶ ଦୀର୍ଘଦିନର । ରାଜ୍ୟପାଳ ଏକାଧିକ ଗୃହୀତ ବିଲକୁ ରୋକିଥିବା ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ତାମିଲନାଡୁ ସରକାର । ତେବେ ୨୦୨୧ରେ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ ଆରଏନ ରବି  ଓ ସେବେଠୁ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବିବାଦ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe