ସଂଶୋଧିତ ୱାକଫ୍ ଆଇନ ଉପରେ ସୋମବାର ସୁପ୍ରିମକୋର୍ଟ ଦେବେ ରୁଲିଂ, ସ୍ଥଗିତାଦେଶ ପାଇଁ ହୋଇଥିଲା ୨୫ଟି ଆବେଦନ

ଶୁଣାଣି କରି ମେ ମାସରେ ରୁଲିଂ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ ।

ୱାକଫ୍: ସୋମବାର ‘ସୁପ୍ରିମ୍’ ରୁଲିଂ

ୱାକଫ୍: ସୋମବାର ‘ସୁପ୍ରିମ୍’ ରୁଲିଂ Photograph: (KanakNews)

କନକ ବ୍ୟୁରୋ;  ୱାକଫ୍ ସଂଶୋଧନ ଆଇନ-୨୦୨୫ ଉପରେ ଆସନ୍ତା ସୋମବାର ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ବା ରୁଲିଂ ଦେବେ। ଏହି ନୂଆ ଆଇନର ବୈଧତା ନେଇ ସର୍ବୋଚ୍ଚ ଅଦାଲତରେ ୨୫ଟି ଆବେଦନ କରାଯାଇଥିଲା । ଏହା ଉପରେ ସୁପ୍ରିମକୋର୍ଟ ଲଗାତର ତିନିଦିନ ଶୁଣାଣି କରି ଗତ ମେ ମାସରେ ରୁଲିଂ ସଂରକ୍ଷିତ ରଖିଥିଲେ ।

ସଂସଦରେ ଗୃହୀତ ୱାକଫ୍ ସଂଶୋଧନ ଆଇନ-୨୦୨୫ର ବୈଧତାକୁ ନେଇ ଆବେଦନକାରୀ ପ୍ରଶ୍ନ କରିବା ସହିତ ଏହା ଉପରେ ସ୍ଥଗିତାଦେଶ ଜାରି ପାଇଁ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ଆର୍. ଗୱାଇ ଓ ଜଷ୍ଟିସ୍ ଏ.ଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ  ଆସନ୍ତା ସୋମବାର ରୁଲିଂ ଦେବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe