କନକ ବ୍ୟୁରୋ; ୱାକଫ୍ ସଂଶୋଧନ ଆଇନ-୨୦୨୫ ଉପରେ ଆସନ୍ତା ସୋମବାର ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ବା ରୁଲିଂ ଦେବେ। ଏହି ନୂଆ ଆଇନର ବୈଧତା ନେଇ ସର୍ବୋଚ୍ଚ ଅଦାଲତରେ ୨୫ଟି ଆବେଦନ କରାଯାଇଥିଲା । ଏହା ଉପରେ ସୁପ୍ରିମକୋର୍ଟ ଲଗାତର ତିନିଦିନ ଶୁଣାଣି କରି ଗତ ମେ ମାସରେ ରୁଲିଂ ସଂରକ୍ଷିତ ରଖିଥିଲେ ।
ସଂସଦରେ ଗୃହୀତ ୱାକଫ୍ ସଂଶୋଧନ ଆଇନ-୨୦୨୫ର ବୈଧତାକୁ ନେଇ ଆବେଦନକାରୀ ପ୍ରଶ୍ନ କରିବା ସହିତ ଏହା ଉପରେ ସ୍ଥଗିତାଦେଶ ଜାରି ପାଇଁ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ଆର୍. ଗୱାଇ ଓ ଜଷ୍ଟିସ୍ ଏ.ଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସୋମବାର ରୁଲିଂ ଦେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/bill-2025-09-13-20-44-48.jpg)