ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ସମୟସୀମା ଆଦେଶ, ସାମ୍ବିଧାନିକ ବିଶୃଙ୍ଖଳା ନେଇ କେନ୍ଦ୍ରର ଚେତାବନୀ

ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଠାରୁ ଭିନ୍ନ ବିଚାରପତି ଜେବି ପାଦିଲା ଓ ବିଚାରପତି ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ମାସରେ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଷ୍ଟ୍ରପତିଙ୍କ ପାଇଁ ୩ମାସ ଓ ରାଜ୍ୟପାଳଙ୍କ ପାଇଁ ୧ମାସର ସମୟସୀମା ଧାର୍ଯ୍ୟ କରିଛନ୍ତି । ଏଭଳି ନିଷ୍ପତ୍ତି ସାମ୍ବିଧାନିକ ବିଶୃଙ୍ଖଳା ସୃଷ୍ଟି କରିବ ବୋଲଊି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

20

କନକ ବ୍ୟୁରୋ : ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏକ ଆଦେଶକୁ ନେଇ ଏବେ ସିଧାସଳଖ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟଗୁଡିକର ବିଧାନସଭା ଓ କେନ୍ଦ୍ରର ଲୋକସଭା ଓ ରାଜ୍ୟସଭାରେ ବିଲ୍ ମଞ୍ଜୁର ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟ କିଛିଦିନ ତଳେ ଏକ ସମୟସୀମା ଧାର୍ଯ୍ୟ କରିଥିଲେ । ଏଭଳି ନକରିବାକୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ।

ସୂଚନା ଥାଉ କି, ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଠାରୁ ଭିନ୍ନ ବିଚାରପତି ଜେବି ପାଦିଲା ଓ ବିଚାରପତି ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପ୍ରିଲ ମାସରେ ବିଧାନସଭାରେ ପାରିତ ହୋଇଥିବା ବିଲ୍ ଉପରେ ନିଷ୍ପତ୍ତି ନେବା ଲାଗି ରାଷ୍ଟ୍ରପତିଙ୍କ ପାଇଁ ୩ମାସ ଓ ରାଜ୍ୟପାଳଙ୍କ ପାଇଁ ୧ମାସର ସମୟସୀମା ଧାର୍ଯ୍ୟ କରିଛନ୍ତି । ଏଭଳି ନିଷ୍ପତ୍ତି ସାମ୍ବିଧାନିକ ବିଶୃଙ୍ଖଳା ସୃଷ୍ଟି କରିବ ବୋଲଊି କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାଙ୍କ ଯୁକ୍ତିରେ କହିଛନ୍ତି, ଧାରା ୧୪୨ରେ ନ୍ୟସ୍ତ ଅସାଧାରଣ କ୍ଷମତା ଅଧୀନରେ ମଧ୍ୟ ସୁପ୍ରିମ୍‌କୋର୍ଟ ସମ୍ବିଧାନ ସଂଶୋଧନ କରିପାରିବେ ନାହିଁ କିମ୍ବା ସମ୍ବିଧାନ ନିର୍ମାତାଙ୍କ ଉଦ୍ଦେଶ୍ୟକୁ କ୍ଷୁଣ୍ଣ କରିପାରିବେ ନାହିଁ । ଯଦିଓ ବିଲ୍ ଅନୁମୋଦନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ କିଛି ସୀମିତ ସମସ୍ଯା ଥାଇପାରେ, କିନ୍ତୁ ଏହା ରାଜ୍ୟପାଳଙ୍କ ଉଚ୍ଚ ପଦବୀକୁ ଅଧସ୍ତନ ପଦରେ ପରିଣତ କରିବାକୁ ଯୁକ୍ତିଯୁକ୍ତ କରିପାରିବ ନାହିଁ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି । କୌଣସି ତ୍ରୁଟିର ସମାଧାନ ଅଯଥା ନ୍ୟାୟିକ ହସ୍ତକ୍ଷେପ ମାଧ୍ୟମରେ ନୁହେଁ, ରାଜନୈତିକ ଓ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ କରାଯିବା ଉଚିତ ବୋଲି ସେ କହିଛନ୍ତି । ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳ ବିଧାନସଭା ଦ୍ଵାରା ଉପସ୍ଥାପିତ ବିଲ୍‌ଗୁଡ଼ିକୁ ଅନୁମୋଦନ ଦେଇପାରିବେ, ରାଷ୍ଟ୍ରପତିଙ୍କ ବିଚାର ପାଇଁ ଏହାକୁ ଅଟକାଇ ପାରିବେ କିମ୍ବା ସଂରକ୍ଷିତ ରଖିପାରିବେ

ସେ ଏହାକୁ ପୁନର୍ବିଚାର ପାଇଁ ଗୃହକୁ ପଠାଇପାରିବେ, କିନ୍ତୁ ଯଦି ପୁନର୍ବାର ପାରିତ ହୁଏ, ତେବେ ରାଜ୍ୟପାଳ ଅନୁମୋଦନକୁ ଅଟକାଇପାରିବେ ନାହିଁ । କିନ୍ତୁ ଯଦି ରାଜ୍ୟପାଳ ଏହି ବିଲ୍‌ରେ ସମ୍ବିଧାନ, ଡାଇରେକ୍ଟିଭ୍ ପ୍ରିନ୍ସିପଲ ଅଫ୍ ଷ୍ଟେଟ୍ ପଲିସି କିମ୍ବା ଜାତୀୟ ଗୁରୁତ୍ବ ଦୃଷ୍ଟିରୁ କିଛି ଅସାମଞ୍ଜସ୍ୟ ଅନୁଭବ କରନ୍ତି ତେବେ ଏହାକୁ ରାଷ୍ଟ୍ରପତିଙ୍କ ବିଚାର ପାଇଁ ସଂରକ୍ଷିତ ରଖିବାକୁ ବାଛିପାରିବେ । ତାମିଲନାଡୁ ସହ ଜଡିତ ଏକ ମାମଲାରେ ଏପ୍ରିଲ ୧୨ରେ ସୁପ୍ରିମ୍‌କୋର୍ଟ ତାଙ୍କ ଆଦେଶରେ ଏହି ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ଏବଂ ବିଚାରାଧୀନ ବିଲ୍‌ଗୁଡ଼ିକୁ ପାରିତ କରିବା ପାଇଁ ସାମ୍ବିଧାନିକ ମୁଖ୍ୟମାନେ ଏକ ସମୟସୀମା ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ସମୟସୀମାର ସାମ୍ବିଧାନିକତାକୁ ନେଇ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶ୍ନ ପଚାରିବା ପରେ ଏହି ରାୟକୁ ଏକ ଝଟକା ଲାଗିଛି । ଖଣ୍ଡପୀଠ ଅଗଷ୍ଟ ୧୯ରୁ ଏହି ମାମଲାର ଶୁଣାଣି ଆରମ୍ଭ କରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe