୭ ବର୍ଷର ଝିଅ ଦେଲା ନ୍ୟାୟ, ବାପାକୁ ହେଲା ଆଜୀବନ କାରାଦଣ୍ଡ

୭ ବର୍ଷର ଝିଅ ଦେଲା ନ୍ୟାୟ, ବାପାକୁ ହେଲା ଆଜୀବନ କାରାଦଣ୍ଡ ; ସୁପ୍ରିମ କୋର୍ଟ କହିଲେ ପିଲାଙ୍କ ମନ ନିରୋଳା

supreme-court-2

supreme-court-2 Photograph: (kanakNews)

କନକ ବ୍ୟୁରୋ: ପିଲାଙ୍କ ସାକ୍ଷୀ ଗ୍ରହଣୀୟ। ଯଦି ପିଲା ସାକ୍ଷୀ ଦେବାକୁ  ଯୋଗ୍ୟ ତେବେ ତା’ର ସାକ୍ଷୀ ଆଧାରରେ ବିଚାର କରାଯିବ। ଏଭଳି କହିଛନ୍ତି ସୁପ୍ରିମକୋର୍ଟ । ନିକଟରେ ୭ ବର୍ଷର ଝିଅର ସାକ୍ଷୀକୁ ଆଧାର କରି ଅଭିଯୁକ୍ତକୁ ମିଳିଛି ଆଜୀବନ କାରାଦଣ୍ଡ ।

ପିଲାଙ୍କୁ ପିଲା ଭାବି ଅଣଦେଖା କରିବାର ଭୁଲ ଆଦୌ କରନ୍ତୁନି । କାରଣ ଏଣିକି ଅଦାଲତରେ ପିଲାଙ୍କ କଥାକୁ ଗୁରୁତ୍ବ ଦିଆଯିବ । ଖୋଦ୍ ସୁପ୍ରିମ କୋର୍ଟ କହିଛନ୍ତି ପିଲାମାନଙ୍କ ମନ ସ୍ବଚ୍ଛ । ତେଣୁ ସେମାନଙ୍କ ସାକ୍ଷୀ ଏଣିକି ଉପଯୁକ୍ତ ଏବଂ ଗ୍ରହଣୀୟ ହେବ । ସୁପ୍ରମିକୋର୍ଟଙ୍କ କହିବା ମୁତାବକ, ଯଦି କୌଣସି ଶିଶୁ ସାକ୍ଷୀ ଦେବାକୁ ଯୋଗ୍ୟ ତେବେ ତା’ର ମନ୍ତବ୍ୟକୁ ଗୁରୁତ୍ବ ଦିଆଯିବ। ସାକ୍ଷୀର କୌଣସି ସମୟ ସୀମା ନାହିଁ। ମାତ୍ର ୭ ବର୍ଷର ଝିଅର ସାକ୍ଷାକୁ ଆଧାର କରି ଏକ ହତ୍ୟା ମାମଲାର ବିଚାର କରିବା ସହ ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ସୁପ୍ରିମକୋର୍ଟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe