କନକ ବ୍ୟୁରୋ : ଦେଶରେ ଥିବା ସମସ୍ତ ଯାଂଚ ଏଜେନ୍ସି ଏବେ ସରକାରଙ୍କ ପାଇଁ କାମ କରୁଛି, ଏହା ସରକାରଙ୍କ ହାତବାରିସି ସାଜିଛି । ଏଭଳି ଅଭିଯୋଗ ଗତ ୧୦ ବର୍ଷ ଧରି ଦେଶର ବିରୋଧୀଦଳମାନେ ଅଭିଯୋଗ କରିଛନ୍ତି । ହେଲେ ସରକାର ଓ ଯାଂଚ ଏଜେନ୍ସିଗୁଡିକ ଏଭଳି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରୁଛନ୍ତି । ହେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ଯାଂଚ ଏଜେନ୍ସିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅବଶ୍ୟ ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏହି ପ୍ରଶ୍ନ ଉଠାଇନାହାଁନ୍ତି ବରଂ ଏହା ପୂର୍ବରୁ ଅନେକ ବାର ଇଡିର କାର୍ଯ୍ୟକାରିତାକୁ ନେଇ କଟାକ୍ଷ କରିଛନ୍ତି । ହେଲେ ଏଥର ସୁପ୍ରିମକୋର୍ଟ ବିରକ୍ତି ଭାବେ ପ୍ରକାଶ କରିବା ସହ କହିଛନ୍ତି କି ଦେଶର ଏତେବଡ଼ ଯାଂଚ ଏଜେନ୍ସି ଠକଙ୍କ ଭଳି କାମ କରିପାରିବ ନାହିଁ । 

Advertisment

ଗୁରୁବାର ଦିନ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନେଇ ଶକ୍ତ ଟିପ୍ପଣୀ କରିବା ସହ କହିଛନ୍ତି କି, ଠକଙ୍କ ଭଳି ସୁପ୍ରିମକୋର୍ଟ କାମ କରିପାରିବ ନାହିଁ । ସଂସ୍ଥାକୁ ଆଇନ ପରିସରରେ ରହି କାମ କରିବାର ଆବଶ୍ୟକତା ରହିଛି । କୋର୍ଟ ଏହି ଟିପ୍ପଣୀ ଅର୍ଥ ହେରଫେର ରୋକିବାକୁ ହୋଇଥିବା ଆଇନ ପିଏମଏଲଏ କ୍ରମରେ ଇଡି ଚଳାଇଥିବା ଗିରଫଦାରୀ ଉପରେ ହୋଇଥିବା ଏକ ଆବେଦନର ସମୀକ୍ଷା କରି କହିଛନ୍ତି । 

ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଉଜ୍ୱଲ ଭୂୟାଁ ଓ ଜଷ୍ଟିସ ଏନ୍ କୋଟେଶ୍ୱର ସିଂଙ୍କ ଖଣ୍ଡପୀଠ ଇଡିର ଚରିତ୍ରକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ଜଷ୍ଟିସ ଉଜ୍ୱଲ ଭୂୟାଁ କହିଛନ୍ତି କି, ଇଡି ଗତ ୫ ବର୍ଷ ମଧ୍ୟରେ ୫  ହଜାର ମାମଲା ରୁଜୁ କରିଛି । ହେଲେ ଏଥିରେ ମାତ୍ର ୧୦ ପ୍ରତିଶତ ମାମଲାରେ ସଠିକ୍ ପ୍ରମାଣ ଦାଖଲ କରିପାରିଛି ।

ଖଣ୍ଡପୀଠ ଇଡିକୁ ଆଇନ ପରିସରରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି । ଖଣ୍ଡପୀଠ କହିଛି ଜଣେ ବ୍ୟକ୍ତି ୫-୬ ବର୍ଷ ଜେଲରେ ରହିବା ପରେ ଯଦି ଇଡି ପ୍ରମାଣ ଦେଇପାରୁନାହିଁ ତେବେ ସେ ଲୋକର ଯେଉଁ ସମୟ ଜେଲରେ ବର୍ବାଦ ହେଲା ତାହାର ଭରଣା କିଏ କରିବ ? । ଏହାକୁ ନେଇ କେନ୍ଦ୍ର ସରକାର ଓ ଇଡି ଦ୍ୱାରା ନିଯୁକ୍ତ ହୋଇଥିବା ସଲିସିଟର ଜେନରାଲ ଏସ୍ ବି ରାଜୁ କହିଛନ୍ତି କି, କିଛି ପ୍ରଭାବଶାଳୀ ଅଭିଯୁକ୍ତ ଜାଣିଶୁଣି ଯାଂଚରେ ବିଳମ୍ବ କରାଉଛନ୍ତି । 

କହିରଖୁ କି ଜୁଲାଇ ୨୦୨୨ ରେ ସୁପ୍ରିମକୋର୍ଟ ବିଜୟ ମଦନଲାଲ ଚୌଧୁରୀ ମାମଲାରେ ଇଡ଼ିର ଗିରଫଦାରୀ, ସମ୍ପତ୍ତି ଜବତ ଓ ଚଢାଉକୁ ନେଇ ସାଂସଦ କିର୍ତ୍ତୀ ଚିଦାମ୍ବରମ ଓ ଅନ୍ୟ କିଛି ଲୋକ ସମୀକ୍ଷା ଆବେଦନ କରିଥିଲେ । 

ଏହି ସମୀକ୍ଷା ଆବେଦନର ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି କି, ପିଏମଏଲଏ ପାଇଁ ଟାଡା ଓ ପୋଟା କୋର୍ଟ ଭଳି ଅଲଗା କୋର୍ଟ ଗଠନ କରିବାକୁ ପଡ଼ିବ । ଯେଉଁଠି ଦୈନିକ ଶୁଣାଣି ହୋଇପାରିବ । ଏହାଦ୍ୱାରା ମାମଲାର ଶୀଘ୍ର ରାୟ ଆସିପାରିବ । 

ସେପଟେ ସରକାର ଓ ଇଡି ତରଫରୁ ନିଯୁକ୍ତ କରାଯାଇଥିବା ସଲିସିଟର ଜେନରାଲ ଏଏସଜି ରାଜୁ କହିଛନ୍ତି, ଅନେକ ଅଭିଯୁକ୍ତ ଦେଶଛାଡି କେମେନ ଓ ଆୟରଲ୍ୟାଣ୍ଡ ଭଳି ଦେଶକୁ ପଳାଇଛନ୍ତି । ଓ କ୍ରିିପ୍ଟୋ କରେନ୍ସି ଭଳି ଆଧୁନିକ ତରିକାରେ ଯାଂଚକୁ ପ୍ରଭାବିତ କରୁଛନ୍ତି । ଏହାକୁ ନେଇ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି କି, ସରକାରଙ୍କୁ କ୍ରିପ୍ଟୋକରେନ୍ସିକୁ ରେଗୁଲେଟ କରିବାକୁ ଗମ୍ଭୀରତାର ସହ ବିଚାର କରିବାକୁ ପଡ଼ିବ । 

ଅନ୍ୟପଟେ ରାଜନୈତିକ ଲଢେଇରେ ଯାଂଚ ଏଜେନ୍ସଗୁଡିକୁ ବ୍ୟବହାର କରାଯାଉଥିବା ନେଇ କୋର୍ଟ କଟାକ୍ଷ କରିଛନ୍ତି । କୋର୍ଟ କହିଛନ୍ତି କି, ନିର୍ବାଚନ ମାଧ୍ୟମରେ ରାଜନୈତିକ ଲଢେଇ ଲଢାଯିବା କଥା କିନ୍ତୁ ରାଜନୈତିକ ଲଢେଇ ଏବେ ଯାଂଚ ଏଜେନ୍ସିଙ୍କ ସହାୟତାରେ ଲଢାଯାଉଛି । ଇଡିର ଏଭଳି ବ୍ୟବହାର କାହିଁକି ହେଉଛି ବୋଲି କୋର୍ଟ ପ୍ରଶ୍ନ ପଚାରିଛନ୍ତି । କୋର୍ଟ ସଲିସିଟର ଜେନରାଲଙ୍କୁ କହିଛନ୍ତି ଆମ ମୁହଁ ଖୋଲନାହିଁ, ନହେଲେ ଆମେ ଇଡି ବିରୋଧରେ କଠୋର ଟିପ୍ପଣୀ କରିବାକୁ ବାଧ୍ୟହେବୁ । ମୋ ପାଖରେ ମହାରାଷ୍ଟ୍ରର କିଛି ଅନୁଭବ ରହିଛି, ଆପଣ ସାରା ଦେଶରେ ଏଭଳି ହିଂସା କରିବାରୁ ଦୂରେଇ ରୁହନ୍ତୁ ବୋଲି ଜଷ୍ଟିସ ସୂର୍ଯ୍ୟକାନ୍ତ ଚେତାବନୀ ଦେଇଛନ୍ତି । 

ଜଷ୍ଟିସ ସୂର୍ଯ୍ୟକାନ୍ତ କଡ଼ା ଟିପ୍ପଣୀ ଦେଇ କହିଛନ୍ତି କି, ଇଡି ତା'ର ସମସ୍ତ ସୀମା ପାର କରିସାରିଛି । ଯେତେବେଳେ ଅନେକ ମାମଲାରେ ରାଜ୍ୟ ସରକାରଙ୍କ ଯାଂଚ ଏଜେନ୍ସି ତଦନ୍ତ କରୁଛି ସେତେବେଳେ ଇଡି ସେହି ମାମଲାରେ ପ୍ରବେଶ କାହିଁକି କରୁଛି । ଏଭଳି ଅନେକ ମାମଲା ରହିଛି ଇଡି କେବଳ ଅଭିଯୋଗ ଆଣି ଗିରଫ କରୁଛି । ହେଲେ ପ୍ରମାଣ ଦାଖଲ କରିବା ବେଳକୁ ପଛଘୁଞ୍ଚା ଦେଉଛି । 

ସେହିଭଳି ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅରୁଣ ପତି ତ୍ରିପାଠୀଙ୍କ ଆବେଦନ ଉପରେ କୋର୍ଟ କହିଛନ୍ତି , ଇଡିର ଅଭିଯୋଗ ଉପରେ ବିଚାର କରିବାକୁ ଯେତେବେଳେ କୋର୍ଟ ମନା କରିଦେଇଛନ୍ତି ସେତେବେଳେ ଅଭିଯୁକ୍ତ କାହିଁକି ଜେଲରେ ରହିବ । ପିଏମଏଲଏ ଆଇନରେ ଏହା ହୋଇପାରିବ ନାହିଁ କି କେବଳ ଅଭିଯୋଗ ଆଧାରରେ ଅଭିଯୁକ୍ତ ଜେଲରେ ରହିବ । 

ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ବାରମ୍ବାର ଜାତୀୟ ଯାଂଚ ଏଜେନ୍ସିକୁ ନେଇ ଏଭଳି ବୟାନ ଦେବା ପରେ ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି କି ବିରୋଧୀଙ୍କ ସନ୍ଦେହ ସତ ବୋଲି