କନକବ୍ୟୁରୋ : ଦୀପାବଳୀରେ ରାଜଧାନୀ ଦିଲ୍ଲୀରେ ବାଣ ଖୁବ ଜୋର ଫୁଟିଥିଲା ,ବାରଣ ସତ୍ବେ ଲୋକମାନେ ମାନିଥିଲେ ଫଳରେ ଦିଳ୍ଲୀରେ ବାୟୁ ପ୍ରଦୂଷରର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ଅଦାଲତ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି ଓ ଏହା ଉପରେ ସ୍ପଷ୍ଟିକରଣ ରଖିବାକୁ  କହିଛନ୍ତି ।

Advertisment

ସୁପ୍ରିମ କୋର୍ଟ ଦିଲ୍ଲୀ-ଏନସିଆରରେ ଅଂଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲେ ,ଏମିତିକି ଲୋକ ମାନଙ୍କୁ ଗ୍ରୀନ କ୍ରାକର୍ସ ଜଳେଇବାକୁ ମଧ୍ୟ ଅନୁମତି ମିଳିନଥିଲା   । କିନ୍ତୁ ବ୍ୟାନ ସତ୍ବେ ଦିଲ୍ଲୀରେ ବାଣ ଫୁଟିଥିଲା ,ଆଉ ଏହି ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା ଏବଂ କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି  ।

ଦୀପାବଳି ପରେ ଦିଳ୍ଲୀରେ ସିପିସିବି ଅନୁସାରେ ଦିଳ୍ଲୀର ବିଭିନ୍ନ କ୍ଷେତ୍ରରେ ବାୟୁର ଗୁରବତ୍ତା ବହୁତ ଖରାପ ରହଥିଲା  । ଆନନ୍ଦ ବିହାରରେ ଏକ୍ୟୁଆଇ ୩୯୬, ବୁରାଡି ରେ ୩୯୪,ସୋନିଆ ବିହାରରେ ୩୯୨ ଏବଂ ଦିଲ୍ଲୀ ନର୍ଥ କ୍ୟାମ୍ପସରେ ୩୯୦ ରେ ବାୟୁ ଗୁଣବତ୍ତା ସୂଚକାଙ୍କ ରେକର୍ଡ ହୋଇଛି ।