କନକ ବ୍ୟୁରୋ :ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି ଦ୍ବାରା ଦାୟର ହୋଇଥିବା ଆବେଦନ ଗ୍ରହଣ କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ପ୍ରଶାନ୍ତ କିଶୋରଙ୍କ ନେତୃତ୍ୱାଧୀନ ଜନ ସୁରାଜ ପାର୍ଟି ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ବାତିଲ କରିବାକୁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଦର୍ଶ ଆଚରଣ ବିଧି (ଏମ୍ସିସି) ଲାଗୁ ହେବା ପରେ ମହିଳା ଭୋଟରଙ୍କୁ ୧୦,୦୦୦ ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ସମେତ ବ୍ୟାପକ ନିର୍ବାଚନୀ ଅନିୟମିତତା ହୋଇଥିବା ଦଳ ଅଭିଯୋଗ କରିଥିଲା। ତେବେ ବିହାର ବିଧାନସଭା ନିର୍ବାଚନକୁ ରଦ୍ଦ କରିବା ପାଇଁ ଜନସୁରାଜ ପାର୍ଟି ସୁପ୍ରିମ୍କୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି।
ଅଧିକ ପଢ଼ନ୍ତୁ : ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ ଫଳାଫଳ ବାତିଲ କରିବା ଏବଂ ନୂଆ କରି ମତଦାନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ହୋଇଥିବା ଅନୁରୋଧ ଉପରେ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଜନ ସୁରାଜ ପାର୍ଟିକୁ ତୀବ୍ର ଭର୍ତ୍ସନା କରି କହିଛନ୍ତି ଯେ, ତୁମକୁ ଜନତା ପ୍ରତ୍ୟାଖ୍ୟାନ କରିଦେଲେ, ତୁମେ ଚର୍ଚ୍ଚାରେ ରହିବାକୁ ଅଦାଲତ ଚାଲି ଆସିଲ। ଏହା ଠିକ୍ କଥା ନୁହେଁ। ଜନସୁରାଜ ପାର୍ଟି ବିହାର ବିଧାନସଭା ନିର୍ବାଚନ ପାଇଁ ୨୪୩ ବିଧାନସଭା ଆସନରୁ ୨୪୨ରେ ପ୍ରାର୍ଥୀ ଦେଇଥିଲା। ପାର୍ଟି କୌଣସି ଗୋଟିଏ ବି ଆସନ ଜିତିପାରିନଥିଲା। ପ୍ରଶାନ୍ତଙ୍କ ଆବେଦନ ରାଜ୍ୟ ସମ୍ବନ୍ଧିତ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ତାଙ୍କ ଦଳକୁ ପାଟନା ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/06bbs_12_06022026_111-2026-02-06-13-21-58.jpg)