କନକ ବ୍ୟୁରୋ: ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ’ । ଏଭଳି କିଛି କହି ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । 

Advertisment

ବୁଲଡୋଜର ଲଗାଇ ଯାହାଙ୍କ ଘର ଭଙ୍ଗାଯାଇଛି, ତାଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ଘର ଭାଙ୍ଗିବା ସମୟରେ କୌଣସି ପ୍ରକ୍ରିୟା ପାଳନ କରାଯାଇ ନାହିଁ । ଏନେଇ କୌଣସି ନୋଟିସ୍‌ ଜାରି କରାଯାଇ ନ ଥିବା ଖୋଦ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। କେବଳ ଏତିକି ନୁହେଁ ୟୁପି ସରକାରଙ୍କ କାର୍ଯ୍ୟ ମନମୁଖୀ । ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ହଠାତ ଘର ଭାଙ୍ଗିଦେବା ଉଚିତ ନୁହେଁ । ରାସ୍ତା ପ୍ରଶସ୍ତିକରଣ ବେଳେ ମଧ୍ୟ ସମାନ ଘଟଣା ଘଟୁଛି । ଲୋକଙ୍କୁ ଘର ଛାଡ଼ିବାକୁ ସମୟ ଦିଆଯାଉ ନାହିଁ । ଏଣୁ ରାସ୍ତା ପ୍ରଶସ୍ତିକରଣ ଏକ ବାହାନା ବୋଲି ମନେହେଉଛି ବୋଲି କୋର୍ଟ କହିଛନ୍ତି ।