କନକ ବ୍ୟୁରୋ: ସ୍ଥାନାନ୍ତରଣ ନୁହେଁ, ବୁଲା କୁକୁରଙ୍କୁ ଇଞ୍ଜେକ୍ସନ୍ ଓ ବନ୍ଧ୍ୟାକରଣ କରି ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ୧୧ ଅଗଷ୍ଟର ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ରୋଗିଣା ଏବଂ ଆକ୍ରମଣାତ୍ମକ କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । 

Advertisment

କୋର୍ଟ କହିଛନ୍ତି, ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖାଯିବ ନାହିଁ । ବନ୍ଧ୍ୟାକରଣ ଓ ଟିକାକରଣ କରି କୁକୁରଙ୍କୁ ଛାଡ଼ି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୁକୁରଙ୍କୁ ଉଦ୍ଧାର କଲାବେଳେ ଉଦ୍ଧାରକାରୀ ଟିମ୍‌କୁ ଅଟକାଇଲେ ୨ ଲକ୍ଷ ଟଙ୍କାର ଜରିମାନା ଲାଗିବ ବୋଲି ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବା ଦେବାକୁ ମଧ୍ୟ ବାରଣ କରିଛନ୍ତି ସୁପ୍ରିମକୋର୍ଟ । କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଖାଦ୍ୟ ଦେବାକୁ କୋର୍ଟ କହିଛନ୍ତି । ଏନେଇ ସବୁ ରାଜ୍ୟକୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।