କନକ ବ୍ୟୁରୋ: ବିଭିନ୍ନ ମାମଲାରେ ଇଡିର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି । ଅନେକ ହାଇପ୍ରୋଫାଇଲ୍ ମାମଲାରେ ଗିରଫଦାରୀ ଓ ପରେ ବିନା ପ୍ରମାଣ ପାଇଁ ଅପଦସ୍ତ ହେଉଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ । ଯାହାକୁ ନେଇ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜ୍ବଳ ଭୂୟାଁ କଡା ଟିପ୍ପଣୀ ଦେଇ କହିଛନ୍ତି, ଇଡି ଗୁଣ୍ଡା ଭଳି କାମ କରିପାରିବ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ଅଦାଲତ । କୋର୍ଟ କହିଛନ୍ତି, ଇଡି ଗୁଣ୍ଡା ଭଳି କାମ କରି ପାରିବ ନାହିଁ । ଆଇନର ସୀମା ଭିତରେ ରହି କାମ କରୁ ଇଡି ।
ଇଡିର ମାତ୍ର ୧୦% ଦୋଷୀ ସାବ୍ୟସ୍ତ ହାର ଉପରେ ପ୍ରଶ୍ନ
ଗତ ୫ ବର୍ଷରେ ଇଡି ୫୦୦୦ରୁ ଅଧିକ ମାମଲା ରୁଜୁ କରିଛି
ଏଥିରେ କିନ୍ତୁ ଦୋଷୀ ସାବ୍ୟସ୍ତ ହାର ୧୦%ରୁ କମ୍
୫-୬ ବର୍ଷ ନ୍ୟାୟିକ ହେପାଜତ ପରେ ଯଦି ନିର୍ଦ୍ଦୋଷ ସାବ୍ୟସ୍ତ ହେଉଛନ୍ତି
ତେବେ ଏହାର ଦାୟିତ୍ୱ କିଏ ନେବ?
ଇଡିର ପ୍ରତିଷ୍ଠା ଓ ବ୍ୟକ୍ତିଗତ ସ୍ୱାଧୀନତା ପ୍ରତି ଚିନ୍ତା ପ୍ରକଟ କଲେ କୋର୍ଟ
ତେବେ ଇଡିର ଯାଞ୍ଚରେ ସୁଧାର ଆଣିବାକୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ଜନତାଙ୍କ ସ୍ବତନ୍ତ୍ରତା ଓ ଇଡିର ଛବିକୁ ନେଇ ସୁପ୍ରିମକୋର୍ଟଙ୍କ ଚିନ୍ତା । ୬ ବର୍ଷ ମଧ୍ୟରେ ଜେଲରୁ ଅଭିଯୁକ୍ତ ବାହାରି ଗଲେ ଏ ଅନ୍ୟାୟ ପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଇଡିର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/08/ed-2025-08-08-20-50-40.jpg)