କନକ ବ୍ୟୁରୋ:

Advertisment
  • କାହିଁକି ବିଳମ୍ବରେ ଲଗାଇଲେ କଟକଣା?
  • ପ୍ରଦୂଷଣ ବଢ଼ୁଛି, କିନ୍ତୁ ଆଖି ଖୋଲୁନି
  • ସାଂଘାତିକ ସ୍ଥିତିକୁ ହାଲୁକାରେ ନିଅନ୍ତୁନି

ଏଭଳି କିଛି କଡ଼ା ଶବ୍ଦ ସହ ଦିଲ୍ଲୀ ସରକାରଙ୍କ ଉପରେ ଆଜି ଅସନ୍ତୋଷ ଝାଡିଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାଜଧାନୀର ପ୍ରଦୂଷଣକୁ ଏକ ଗମ୍ଭୀର ସମସ୍ୟା କହିଛନ୍ତି ।  ଏଥିସହ ଦିଲ୍ଲୀ ସରକାରଙ୍କୁ ୫ ପ୍ରଶ୍ନ ପଚାରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଦିଲ୍ଲୀ ସରକାରଙ୍କୁ କୋର୍ଟଙ୍କ ପ୍ରଶ୍ନ

  1. ଦିଲ୍ଲୀର ଏକ୍ୟୁଆଇ ୫ଶହରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ଚିନ୍ତା ନାହିଁ
  2. ରାଜଧାନୀର ସ୍ଥିତି ବିଗୁଡୁଥିବା ବେଳେ ଗ୍ରାଫ-ଫୋର ଲାଗୁରେ କାହିଁକି ବିଳମ୍ବ?
  3. ବାଣ ନିଷିଦ୍ଧ ଥିବା ସତ୍ତ୍ୱେ କାହିଁକି ଫୁଟିଲା?
  4. କଡ଼ା କଟକଣା ଲାଗୁ ସତ୍ତ୍ୱେ କାହିଁକି କୋହଳ କଲେ?
  5. ବିଗୁଡୁଥିବା ସ୍ୱାସ୍ଥ୍ୟକୁ ନେଇ ଆପଣ କେତେ ଚିନ୍ତିତ?

ଶୁଣାଣି ସମୟରେ କୋର୍ଟ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ନିର୍ଦ୍ଦେଶ ବା କୋର୍ଟଙ୍କୁ ନଜଣାଇ ଗ୍ରାଫ ଫୋର  ଓ ଅନ୍ୟାନ୍ୟ ନିୟମ ହଟାଯିବନି । ସେପଟେ ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆଜିଠୁ ଆଉ କିଛି ନୂଆ କଟକଣା ଲଗାଇଛନ୍ତି ।

ଦିଲ୍ଲୀ ପ୍ରଦୂଷଣ:ଗ୍ରାଫ-୪ ଲାଗୁ

  1. ନୂଆ କଟକଣାରେ ଭାରିଯାନ ପ୍ରବେଶ ନିଷିଦ୍ଧ
  2. କେବଳ ସିଏନଜି, ଇଲେକ୍ଟ୍ରି ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି
  3. ଦିଲ୍ଲୀ ବାହାର ହାଲୁକା ଯାନ ପ୍ରବେଶ ମନା
  4. ବିଏସ-୪ ବା କମ ମାନକ ଡିଜେଲ ଯାନ ପଶିପାରିବନି
  5. ଏକାଦଶ ଓ ଦ୍ୱାଦଶଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀ ପାଇଁ ଅନଲାଇନ ପାଠପଢ଼ା
  6. ଅଧିକାଂଶ ନିର୍ମାଣକାମ ବନ୍ଦ
  7. ଓଭରବ୍ରିଜ, ରାଜପଥ, ପ୍ଲାଇଓଭର, ପାଇପଲାଇନ ନିର୍ମାଣ ଉପରେ ଅସ୍ଥାୟୀ ରୋକ
  8. ୫୦ ପ୍ରତିଶତ ସରକାରୀ ଓ ଘରୋଇ କର୍ମଚାରୀ କରିବେ ୱାର୍କ ଫ୍ରମ ହୋମ
  9. ଅଡ-ଇଭିନ ଫର୍ମୂଲା ଲାଗୁ
  10. ବରିଷ୍ଠ ନାଗରିକ, ଶିଶୁ, ଶ୍ୱାସଜନିତ ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ

ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଗ୍ରାଫ କ’ଣ? 

  • ଗ୍ରାଫ ୧: ଏକ୍ୟୁଆଇ- ୨୦୧-୩୦୦, ଖରାପ ସ୍ଥିତି
  • ଗ୍ରାଫ ୨:ଏକ୍ୟୁଆଇ-୩୦୧-୪୦୦, ଅତ୍ୟନ୍ତ ଖରାପ ସ୍ଥିତି
  • ଗ୍ରାଫ ୩:ଏକ୍ୟୁଆଇ ୪୦୧-୪୫୦-ଗମ୍ଭୀର ସ୍ଥିତି
  • ଗ୍ରାଫ ୪: ଏକ୍ୟୁଆଇ, ୪୫୦ରୁ ଅଧିକ, ଅତ୍ୟନ୍ତ ଗମ୍ଭୀର ସ୍ଥିତି

ବାୟୁ ପ୍ରଦୂଷଣ ପାଇଁ କେବଳ ସ୍ବାସ୍ଥ୍ୟ ସମସ୍ୟା ବିଗୁଡୁନି ବରଂ ଯାତାୟତ ବ୍ୟବସ୍ଥା ମଧ୍ୟ ବେଶ ବାଧାପ୍ରାପ୍ତ ହେଉଛି । ଅଧିକାଂଶ ବିମାନ ଉଡିପାରୁନି ଓ ଟ୍ରେନ ମଧ୍ୟ ବାତିଲ ହେଉଛି । ଯାହାର ସିଧା ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପଡୁଛି । ସେପଟେ ଆପ୍ ସରକାରଙ୍କ ବିରୋଧ ପ୍ରଦର୍ଶନ କରି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି ।