କନକବ୍ୟୁରୋ : ୟ୍ୟୁଟୁବର ରଣବୀର ଆହ୍ଲାବାଦିଆଙ୍କୁଏ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ବସ୍ତି । ଏବେ ପୋଡକାଷ୍ଟ କରିପାରିବେ ରଣବୀର ,ଏନେଇ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଏନ.କୋଟେଶ୍ବର ସିଂହ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ କୋର୍ଟ ରଣବୀରଙ୍କ ସୋ ଉପରେ ରୋକ ଲଗାଇଥିଲେ । ୟ୍ୟୁଟୁବର ରଣବୀର ଆହ୍ଲାବାଦିଆଙ୍କ ଖୁସି ଖବର । ସୁପ୍ରିମକୋର୍ଟ ବିଚାରପତି ଶୁଣାଣି କରି କହିଛନ୍ତି, ରଣବୀର ଏବେ ଠାରୁ ପୋଡକାଷ୍ଟ କରିପାରିବେ କିନ୍ତୁ କିଛି ନିୟମ ମାନିବାକୁ ପଡିବ ତାଙ୍କୁ ।
ଶୋ’ରେ ଅଭଦ୍ରାମୀ ବା ନୈତିକତା ବିରୁଦ୍ଧରେ ଯେପିରି ଆଲୋଚନା କରାଯିବନି ଏବଂ ପ୍ରତ୍ୟେକ ବର୍ଗର ଲୋକ ଯେମିତି ଦେଖିପାରିବେ । ଶୁଣାଣୀ ବେଳେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଥିଲେ ,ସୋସିଆଲ ମଡିଆ ଅନଲାଇନ କଣ୍ଟେଟରେ ଅଭ୍ରଦାମୀ ଏବଂ ଆପତ୍ତିଜନକ କଂଣ୍ଟେଟ ରୋକିବାକୁ ନିୟମ ଲାଗୁ କରିବାକୁ ।
ରଣବୀର ଆହ୍ଲାବାଦିଆଙ୍କ କେସ ଶୁଣାଣି ବେଳେ ରଣବୀରଙ୍କ ଓକିଲ ଅଭିନବ ଚନ୍ଦ୍ରଚୂଡଙ୍କ ଦଲିଲ ଦାଖଲ ପରେ ସଲିସିଟର ଜେନେରାଲ ତୁଷା ମେହେଟ୍ଟା କହିଥିଲେ ,ପ୍ରୋଗ୍ରାମରେ ବ୍ୟବହାର କରାଯାଇଥିବା ଭାଷା ସବୁ ସୀମା ପାର କରିଛି ,କାର୍ଯ୍ୟକ୍ରମକୁ ସ୍ବାମୀ-ସ୍ତ୍ରୀ ମଧ୍ୟ ଦେଖିପାରବେ ନାହିଁ । ରଣବୀରଙ୍କ ସୋ’କୁ ମୁଁ ଦେଖିଛି ,ମୁଁ ତ କହିବି ମୁଁ ଏବଂ ଆଟର୍ଣ୍ଣୀ ଜେନେରାଲ ଏହି ପ୍ରୋଗ୍ରମକୁ ଏକାଠି ଦେଖିବା ସମ୍ଭବ ହେବ ନାହିଁ ,
ଏହା ଅଶ୍ଲୀଳତା ନୁହେଁ ଏହା ବିକୃତ ରଣବୀର ସୁପ୍ରିମକୋର୍ଟକୁ ଏକ ସର୍ତ୍ତ ବଦଳାଇବାକୁ ଦାବୀ କରିଥିଲେ ହେଲେ କୋର୍ଟ କହିଥିଲେ ରଣବୀର ନିଜେ ପୋଡକାଷ୍ଟ କରିପାରିବେ ,କିନ୍ତୁ ଅତିଥି ହୋଇ କୌଣସି ପ୍ରୋଗ୍ରାମକୁ ଯାଇପାରିବେ ନାହିଁ ।ସଲିସିଟର କହିଥିଲେ ଏହି ନିୟମ ଏବେ କିଛି ଦିନ ପାଇଁ ଲାଗୁ ରହିବ ।