ପ୍ରତିଭାରେ ବାଧକ ସାଜିଥିଲା ଅର୍ଥ, ଛାତ୍ରଙ୍କ ସ୍ୱପ୍ନ ପୂରଣ କଲେ ସୁପ୍ରିମକୋର୍ଟ

Advertisment

ବେଳେବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ତୁଟିଯାଏ ସାଧାରଣ ଜନତା ମାନଙ୍କ କିନ୍ତୁ ଆଜି ଏମିତି ଏକ ନ୍ୟାୟିକ ବ୍ୟବସ୍ଥା ରହିଛି ଯାହା ଶୁଣି ଆପଣମାନଙ୍କୁ ଖୁସି କରିଦେବା ସହ ଆପଣଙ୍କ ବିଶ୍ୱାସ ପୁଣି ଥରେ ଉଜ୍ଜିବୀତ ହୋଇଛି ।

ବେଳେବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ତୁଟିଯାଏ ସାଧାରଣ ଜନତା ମାନଙ୍କ କିନ୍ତୁ ଆଜି ଏମିତି ଏକ ନ୍ୟାୟିକ ବ୍ୟବସ୍ଥା ରହିଛି ଯାହା ଶୁଣି ଆପଣମାନଙ୍କୁ ଖୁସି କରିଦେବା ସହ ଆପଣଙ୍କ ବିଶ୍ୱାସ ପୁଣି ଥରେ ଉଜ୍ଜିବୀତ ହୋଇଛି ।

dream

କନକବ୍ୟୁରୋ: ବେଳେବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ତୁଟିଯାଏ ସାଧାରଣ ଜନତା ମାନଙ୍କ କିନ୍ତୁ ଆଜି ଏମିତି ଏକ ନ୍ୟାୟିକ ବ୍ୟବସ୍ଥା ରହ୍ିଛି ଯାହା ଶୁଣି ଆପଣମାନଙ୍କୁ ଖୁସି କରିଦେବା ସହ ଆପଣଙ୍କ ବିଶ୍ୱାସ ପୁଣି ଥରେ ଉଜ୍ଜିବୀତ ହୋଇଛି । ନିଜର ଅସାଧାରଣ କ୍ଷମତାକୁ ବ୍ୟବହାର କରି ଏକ ଐତିହାସିକ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ,ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ମାତ୍ର ୧୭ ହଜାର ୫୦୦ ଟଙ୍କା ପାଇଁ ଆଇଆଇଟି ଧାନବାଦରେ ନାଁ ଲେଖାଇବା ସୁଯୋଗ ହରାଇଥିବା ଜଣେ ଦଳିତ ଛାତ୍ରଙ୍କ କ୍ଷେତ୍ରରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । 

ଧାର୍ଯ୍ୟ ସମୟ ଅନୁସାରେ ଫି’ ଦାଖଲ କରିବାକୁ ସକ୍ଷମ ହୋଇ ନଥିଲେ ହେଁ ଏବେ ସୁପ୍ରିମକୋର୍ଟ ତାଙ୍କୁ ଆଡମିସନର ସୁଯୋଗ ଦେବାକୁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି । ୧୮ ବର୍ଷୀୟ ଅତୁଲ କୁମାର ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ଏଣ୍ଟ୍ରାନ୍ସ୍ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ । ହେଲେ ନାଁ ଲେଖାଇବା ପାଇଁ ଧାର୍ଯ୍ୟ ସମୟ ଅନୁସାରେ ସେ ୧୭ ହଜାର ୫୦୦ ଟଙ୍କା ଜମା କରି ପାରିନଥିଲେ। ତେଣୁ ତାଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିନଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏଥିରେ ଶୁଣାଣି କରି ଛାତ୍ରର ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe