କନକବ୍ୟୁରୋ: ବେଳେବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ତୁଟିଯାଏ ସାଧାରଣ ଜନତା ମାନଙ୍କ କିନ୍ତୁ ଆଜି ଏମିତି ଏକ ନ୍ୟାୟିକ ବ୍ୟବସ୍ଥା ରହ୍ିଛି ଯାହା ଶୁଣି ଆପଣମାନଙ୍କୁ ଖୁସି କରିଦେବା ସହ ଆପଣଙ୍କ ବିଶ୍ୱାସ ପୁଣି ଥରେ ଉଜ୍ଜିବୀତ ହୋଇଛି । ନିଜର ଅସାଧାରଣ କ୍ଷମତାକୁ ବ୍ୟବହାର କରି ଏକ ଐତିହାସିକ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ,ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ମାତ୍ର ୧୭ ହଜାର ୫୦୦ ଟଙ୍କା ପାଇଁ ଆଇଆଇଟି ଧାନବାଦରେ ନାଁ ଲେଖାଇବା ସୁଯୋଗ ହରାଇଥିବା ଜଣେ ଦଳିତ ଛାତ୍ରଙ୍କ କ୍ଷେତ୍ରରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଧାର୍ଯ୍ୟ ସମୟ ଅନୁସାରେ ଫି’ ଦାଖଲ କରିବାକୁ ସକ୍ଷମ ହୋଇ ନଥିଲେ ହେଁ ଏବେ ସୁପ୍ରିମକୋର୍ଟ ତାଙ୍କୁ ଆଡମିସନର ସୁଯୋଗ ଦେବାକୁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି । ୧୮ ବର୍ଷୀୟ ଅତୁଲ କୁମାର ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ଏଣ୍ଟ୍ରାନ୍ସ୍ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ । ହେଲେ ନାଁ ଲେଖାଇବା ପାଇଁ ଧାର୍ଯ୍ୟ ସମୟ ଅନୁସାରେ ସେ ୧୭ ହଜାର ୫୦୦ ଟଙ୍କା ଜମା କରି ପାରିନଥିଲେ। ତେଣୁ ତାଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳିନଥିଲା । ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏଥିରେ ଶୁଣାଣି କରି ଛାତ୍ରର ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/Bqoxe9lZqzR9fGC7rGrY.jpg)