ଆଇସିୟୁ ପାଇଁ ଆସିବ ଏସଓପି, ରାଜ୍ୟକୁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସମସ୍ତ ସରକାରୀ, ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ସରକାର

SOP to be issued for ICU

SOP to be issued for ICU Photograph: (Kanaknews)

କନକ ବ୍ୟୁରୋ: ରୋଗୀ ସଂଖ୍ୟା ବୃଦ୍ଧି ସହ ତାଳଦେଇ ରାଜ୍ୟ ତଥା ଦେଶରେ ସରକାରୀ, ବେସରକାରୀ ମେଡ଼ିକାଲ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ସରକାରୀ ମେଡ଼ିକାଲରେ ଗୋଟିଏ ନିୟମ ପାଳନ ହେଉଥିବା ବେଳେ ବେସରକାରୀ ମେଡ଼ିକାଲରେ ଭିନ୍ନ ନିୟମ ପାଳନ ହେଉଥିବା ଦେଖିବାକୁ ମିଳିଛି । ଆଇସିୟୁ, ସିସିୟୁ ୟୁନିଟକୁ ନେଇ କରାଯାଉନି ସଚେତନତା । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଓ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ସମୟରେ ରହୁନାହିଁ ତାଳମେଳ । ରୋଗିଟିଏ ଆଇସିୟୁକୁ ଗଲା ପରେ ଭିତରେ କଣ ଚିକିତ୍ସା ଚାଲିଛି, ରୋଗୀକୁ କେଉଁ ଔଷଧ ଦିଆଯାଉଛି ଏନେଇ ସମ୍ପର୍କୀୟଙ୍କୁ କୌଣସି ସୂଚନା ପ୍ରଦାନ କରାଯାଉନି । 

ଜୟପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ବଦଳିଛି ନାଁ: ସବଡ଼ିଭିଜନାଲ ହସ୍ପିଟାଲରୁ ହୋଇଛି ଜିଲ୍ଳା ମେଡ଼ିକାଲ, ହେଲେ ବଦଳିନି ବ୍ୟବସ୍ଥା

ଏପରି କି ରୋଗୀର ମୃତ୍ୟୁ ପରେ ମଧ୍ୟ ପରିବାର ଲୋକଙ୍କୁ ମିଛ କହି ଘରୋଇ ମେଡ଼ିକାଲ ଗୁଡ଼ିକ ଟଙ୍କା ଲୁଟୁଥିବା ନେଇ ଖବର ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି । ସେହିପରି ମୋଟ ଶଯ୍ୟାର ୧୦% ଆଇସିୟୁ ରଖିବା ନିୟମକୁ ମଧ୍ୟ ଅବମାନନା କରାଯାଉଛି । ଏସବୁ ଉପରେ ରୋକ ଲଗାଇବାକୁ ସାରା ଦେଶରେ ଆଗକୁ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବାକୁ କରାଯିବ । ରାଜ୍ୟକୁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ । ଏନେଇ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe