କନକ ବ୍ୟୁରୋ: ବାବା ସଦଗୁରୁଙ୍କୁ ସୁପ୍ରମିକୋର୍ଟରୁ ଆସ୍ୱସ୍ତି । ସଦଗୁରୁଙ୍କ ଇସା ଫାଉଣ୍ଡେସନ ବିରୋଧରେ ତଦନ୍ତ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ । ଦୁଇ ଯୁବତୀଙ୍କୁ କୋଇମ୍ବାଟୁରରେ ଥିବା ଇସା ଫାଉଣ୍ଡସେନରେ ବଳପୂର୍ବକ ଅଟକ ରଖାଯାଇଥିବା ନେଇ ତାଙ୍କ ବାପାମାଆ ଅଭିଯୋଗ କରିଥିଲେ । ଏହି ମାମଲାରେ ତାମିଲନାଡୁ ପୁଲିସ ତଦନ୍ତ କରିବା ସହ ପଚରାଉଚରା କରିଥିଲା । ଯୁବତୀମାନେ ସେମାନ ନିଜ ଇଚ୍ଛାରେ ଆସିବା ସହ ଆଶ୍ରମରେ ରହୁଥିବା କହିଥିଲେ । ଏପରିକି ସେମାନେ ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଫୋନରେ କଥା ହେଉଥିଲେ । ଏସବୁ ଜଣାପଡିବା ପରେ ସୁପ୍ରିମକୋର୍ଟ ଇସା ଫାଉଣ୍ଡେସନ ବିରୋଧରେ ତଦନ୍ତରେ ରୋକ ଲଗାଇଛନ୍ତି ।