କନକବ୍ୟୁରୋ : ଭାରତୀୟ ନ୍ୟାୟପାଳିବାରେ ଆବଶ୍ୟକ ହେଉଛି ସୁଧାର । ଦେଶର ମୁଖ୍ୟ ବିଚାରପତି ବି.ଆର. ଗଭାଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଉପରେ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣିବାର ଏକ ଆବଶ୍ୟକତା ରହିଛି । ସିଜେଆଇ ଏକଥା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ ଆମର ଦେଶ ଏବଂ ନ୍ୟାୟ ବ୍ୟବସ୍ଥା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଯେଉଁଠାରେ ଜଣେ ବିଚାରାଧୀନ କଏଦୀ ଭାବରେ ବର୍ଷ ବର୍ଷ ଧରି ଜେଲରେ ରହିବା ପରେ ମଧ୍ୟ ନିର୍ଦୋଷ ସାବ୍ୟସ୍ତ ହୋଇଛି । ହାଇଦ୍ରାବାଦର ଏକ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ, ସେ ଛାତ୍ରମାନଙ୍କୁ ସ୍କଲାରସିପ୍ ନେଇ ବିଦେଶରେ ପଢ଼ିବାକୁ ଏବଂ ସେମାନଙ୍କ ପରିବାର ଉପରେ ଆର୍ଥିକ ଚାପ ନ ପକାଇବାକୁ କହିଥିଲେ ।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି-ଆର ଗଭାଇଙ୍କ ବଡ଼ ଟିପ୍ପଣୀ : ବ୍ୟବସ୍ଥାରେ ସୁଧାରର ରହିଛି ଆବଶ୍ୟକତା
ଭାରତୀୟ ନ୍ୟାୟପାଳିବାରେ ଆବଶ୍ୟକ ହେଉଛି ସୁଧାର । ଦେଶର ମୁଖ୍ୟ ବିଚାରପତି ବି.ଆର. ଗଭାଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଉପରେ ଚିନ୍ତା ପ୍ରକାଶ କରିଛନ୍ତି
/kanak/media/media_files/2025/07/12/nayika-2025-07-12-20-49-09.jpg)