କନକ ବ୍ୟୁରୋ: ନବୀନ ନିବାସରେ ସରିଲା ରୁଦ୍ଧଦ୍ୱାର ବୈଠକ । ଦିନରେ ଶଙ୍ଖ ଭବନରେ ବୈଠକ ପରେ ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି ବିଜେଡିର ବରିଷ୍ଠ ନେତାମାନେ । ଖାସ୍ କରି ବିଜେଡିର ପରାମର୍ଶଦାତା କମିଟି ନବୀନଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଥିବା କହିଛନ୍ତି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, ଦିନରେ ଯାହା ଆଲୋଚନା ହୋଇଥିଲା ସେନେଇ ଦଳର ସଭାପତିଙ୍କୁ ଜଣାଇଲୁ । ଅନେକ ଦଳୀୟ ପ୍ରସଙ୍ଗ ନେଇ ନବୀନ ବାବୁଙ୍କ ସହ ଆଲୋଚନା ହେଲା ।
ଶଙ୍ଖ ଭବନରେ ଯେଉଁ ଯେଉଁ ପଏଣ୍ଟ ଉପରେ ଆଲୋଚନା ହୋଇଥିଲା ସେନେଇ ଆମ ସଭାପତିଙ୍କୁ ଅବଗତ କରାଇଛୁ । ୱାକଫ୍ ବିଲ୍ ନେଇ ମଧ୍ୟ ଦିନରେ ଆଲୋଚନା ହୋଇଥିଲା ଆଉ ସେନେଇ ଆମ ମତ ସବୁବେଳେ ପୂର୍ବଭଳି ରହିବ । ବିଜେଡି ଧର୍ମ ନିରପେକ୍ଷ ଦଳ ଥିଲା, ଅଛି ଆଉ ଭବିଷ୍ୟତରେ ମଧ୍ୟ ରହିବ । ୱାକଫ୍ ବିଲ୍ ନେଇ ବିଜେଡି ସାଂସଦଙ୍କ ସମର୍ଥନ ବିଷୟରେ ନବୀନ ବାବୁଙ୍କୁ ଅବଗତ କରାଇଲୁ । ନବୀନ ବାବୁଙ୍କୁ ରାଜ୍ୟସଭା ସଦସ୍ୟମାନେ ନିଜ ନିଜ ମତ ଜଣାଇ ସାରିଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/04/04/0lYOmuwgdBHA3NrjRiUs.jpg)