କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ତାଙ୍କ ଝିଅ ଦୀପାଳି ଦାସଙ୍କ ତଦନ୍ତ ଦାବି ପରେ ଏହାକୁ ନେଇି ରାଜନୀତି ଜୋର ଧରିଛି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କହିଛନ୍ତି,ଯେତେବେଳେ ନବ ଦାସଙ୍କର ମୃତ୍ୟୁ ହେଲା ତାଙ୍କ ଝିଅ ଦୀପାଳି ଦାସ ଚୁପ୍ ରହିଲେ,କିଛି କହିଲେ ନାହିଁ । ବିଧାୟକ ଟିକେଟ୍ ପାଇଁ ଆଶାୟୀ ରହିଲେ ଏବଂ ହେଲା ପରେ ମଧ୍ୟ ଚୁପ୍ ରହିଲେ । ଯେତେବେଳେ ଆମ ସରକାର ଆସଲା ସେ ଏବେ ଆଳୁ ଖୋଳୁଛନ୍ତି । ଆଳୁ ଖୋଳିଲେ ନିଶ୍ଚିତ ଭାବେ ମହାଦେବ ବାହାରିବେ । କିଏ ଖୋଳୁଛନ୍ତି ଆଉ କିଏ ସହଯୋଗ କରୁଛନ୍ତି ତାହା ଆମେ ଦେଖିବା ।
ସେ ଆହୁରି ମଧ୍ୟ କହିଛନ୍ତି,ନବ ଦାସଙ୍କ ମୃତ୍ୟୁ ପଛରେ ଯିଏ ଅଛି ସେ ଧରା ପଡିବା ଉଚିତ୍ । ଦିନ ଦି ପହରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଛୋଟ କଥା ନୁହେଁ । ଦୋଷୀ କିଏ ସାଧାରଣ ନାଗରିକମାନେ ଜାଣିବା ଉଚିତ । ଦୋଷୀ କିଏ ସେମାନେ ଚାପି ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ଏବେ ଆମ ସରକାର ଆସିଯାଇଛି । ସରକାର ନିଶ୍ଚୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏ ବିଶ୍ୱାସ ମୋର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/01/18/dSnZSI29aMEl3lN6QKNa.jpg)