କନକ ବ୍ୟୁରୋ : ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ରାଜ୍ୟ ଯୋଗାଣ ବିଭାଗ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରିଥିଲେ । ଏଥିରେ କୁହାଯାଇଥିଲା କି କୌଣସି ପେଟ୍ରୋଲପମ୍ପ୍ ଗ୍ରାହକଙ୍କୁ ବୋତଲରେ ତେଲ ଦେଇପାରିବ ନାହିଁ । ହେଲେ ଦୁଇଦିନ ପରେ ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି ଯୋଗାଣ ବିଭାଗ । ଆଜି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି କି, ପେଟ୍ରୋଲ ପମ୍ପ୍ ଗୁଡିକ ପ୍ଲାଷ୍ଟିକ ବୋତଲ ନୁହେଁ ବରଂ କାଚ ବୋତଲରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇପାରିବେ । ଯୋଗାଣମନ୍ତ୍ରୀଙ୍କ ନୂଆ ନିର୍ଦ୍ଦେଶ ମୁତାବକ ପ୍ଲାଷ୍ଟିକରେ ପେଟ୍ରୋଲ ବିକ୍ରି ହେବ ନାହିଁ  । ଯେଉଁମାନେ ନୀତି ବିରୁଦ୍ଧରେ ବିରୋଧରେ ଯିବେ ସେମାନଙ୍କ ଉପରେ ଆକ୍ସନ ନିଆଯିବ । ରାସ୍ତା ଘାଟରେ ପ୍ଲାଷ୍ଟିକରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ।  ବାହାରେ ବିକ୍ରି ରୋକିବା ପାଇଁ ଚଢ଼ାଉ ହେବ । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି  ନିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।