ଆଳୁ ଗୋଦାମରେ ଚଢଉ ; କାଗଜପତ୍ର ଦେଖାଇନପାରିବାରୁ ହୋଲସେଲରଙ୍କୁ ନୋଟିସ୍

ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଯୋଗାଣ ବିଭାଗର ଚଢ଼ଉ । ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ୫ ହୋଲସେଲରଙ୍କୁ ନୋଟିସ । ଚଢ଼ାଉ ଅନେକ ଆଳୁ ଟ୍ରକର ଚାଲାଣ ନଥିବା ଠାବ ।

244466

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଆଳୁ ଯୋଗାଣ ବନ୍ଦ ଭିତରେ ଓଡ଼ିଶାରେ ଆଳୁ ଦର କମିବାର ନାଁ ନେଉନାହିଁ। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ। ଏବେ ବି ବଜାରରେ ଆଳୁ ଦର ୪୦ ଉପରେ। କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ ଚଢାଉ କରୁଛି। ଏହାସତ୍ତେ୍ୱ ଆଳୁ ଦର ତଳକୁ ଖସିବାର ନାଁ ଧରୁନି । ଆଜି ଭୁବନେଶ୍ୱର ଆଇଗେଣିଆ ଗୋଦାମରେ ଚଢ଼ାଉ କରିଛି ଯୋଗାଣ ବିଭାଗ । ଚଢ଼ାଉ କରି ୫ ହୋଲସେଲରଙ୍କୁ ନୋଟିସ୍ କରିଛି ଯୋଗାଣ ବିଭାଗ । ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ କରିଛି ଯୋଗାଣ ବିଭାଗ । ବୁଲି ବୁଲି ସବୁ ବ୍ୟବସାୟୀଙ୍କ ଦୋକାନ ଚେକ୍ କରୁଛନ୍ତି ଯୋଗାଣ ବିଭାଗ ର ୭ ଜଣିଆ ଟିମ୍ । ରେଡ୍ ସମୟରେ ଅନେକ ଆଳୁ ଟ୍ରକ୍‌ର ଚାଲାଣ ନଥିବା ଦେଖିବାକୁ ମିଳିଛି। ଚିଫ୍ ସିଭିଲ ସପ୍ଲାଏ ଅଫିସରଙ୍କ ନେତୃତ୍ୱରେ ଚାଲିଛି ରେଡ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe