ଦୁଷ୍କର୍ମ କରି ବନ୍ଧା ହେଲେ ଯୋଗାଣ ସହାୟକ ; ରାସନକାର୍ଡ କରାଇଦେବାକୁ କହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ

ରାସନ୍‌ କାର୍ଡ କରାଇଦେବା ବଦଳରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା । ବନ୍ଧାହେଲେ ବଲାଙ୍ଗୀର ଆଗଲପୁର ଥାନା ବୁଦୁଲା ପେକ୍ସ ଯୋଗାଣ ସହାୟକ ଗିରିଶ ସାହୁ । ମହିଳାଙ୍କୁ ଦୁଷ୍କର୍ମ ସହ ଭିଡିଓ କରିଥିଲେ ଭାଇରାଲ ।

22arrest

କନକ ବ୍ୟୁରୋ: ବଲାଙ୍ଗୀର ବୁଦୁଲାରେ ଚାଉଳ ଦେବା ନାଁରେ ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ଯୋଗାଣ ସହାୟକ ଗିରଫ । ଯୋଗାଣ ସହାୟକ ଗିରିଶ ସାହୁଙ୍କୁ ଆଗଲପୁର ଓ ସୋହେଲା ପୋଲିସ ଗିରଫ କରିଛି। ଗତ ୪ ତାରିଖରେ ଆଗଲପୁର ଥାନାରେ ମାମଲା ହୋଇଥିଲା। 

କନକ ନ୍ୟୁଜ୍‌ରେ ଏନେଇ ଖବର ପ୍ରସାରଣ ପରେ ଯୋଗାଣ ନିରୀକ୍ଷକଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ । ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଯୋଗାଣ ସହାୟକ ରାସନ କାର୍ଡ କରାଇ ଦେବାକୁ କହି ବିଧବା ମହିଳାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହଁ, ମହିଳାଙ୍କ ସହ ଶାରୀରିକ ସମ୍ପର୍କର ଭିଡିଓ ମଧ୍ୟ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍‌କୁ ଯାଇ ଚପଲରେ ମାଡ଼ ମାରିଥିଲେ। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe