କନକ ବ୍ୟୁରୋ: ସାପ କାମୁଡ଼ାରେ ନାବାଳକ ମୃତ। ବାରିପଦାରୁ ଫୋନରେ ଝଡାଫୁଙ୍କା କଲା ଗୁଣିଆ । ଡାକ୍ତରଖାନା ସାମ୍ନାରେ ଆମ୍ବୁଲାନ୍ସରେ ୨ଘଣ୍ଟା ଧରି ପଡ଼ିରହିଲା ଶବ । ଏଠାରେ କହି ରଖୁଛୁ ଅନ୍ଧ ବିଶ୍ବାସକୁ କନକ ନ୍ୟୁଜ ପଶ୍ରୟ ଦିଏ ନାହିଁ । ଅନ୍ଧ ବିଶ୍ବାସକୁ ଗ୍ରହଣ କରନ୍ତୁ ନାହିଁ । ବାଲେଶ୍ୱର ଜିଲ୍ଲା ଖଇରା ଗଗନଧୂଳି ପଞ୍ଚାୟତ ପାଣିଶିଆଳି ଗାଁର ଜଗବନ୍ଧୁ ବେହେରାଙ୍କ ୧୪ ବର୍ଷର ପୁଅ ମନୋରଞ୍ଜନ ରାତିରେ ଶୋଇଥିବା ବେଳେ ଆଙ୍ଗୁଠିକୁ ରଣା ସାପ କାମୁଡ଼ି ଦେଇଥିଲା । ମନୋରଞ୍ଜନକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ପରେ କଟକ ସ୍ଥାନାନ୍ତର କରାଯାଉଥିଲା । ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମନୋରଞ୍ଜନ ମୃତଦେହକୁ ପରିବାର ଲୋକେ ସୋର ଡାକ୍ତରଖାନା ସମ୍ମୁଖରେ ଆମ୍ବୁଲାନ୍ସରେ ରଖିଥିଲେ । ଦୁଇ ବ୍ୟକ୍ତି ଆମ୍ବୁଲାନ୍ସରେ ଏକ ପିତଳ କୁମ୍ଭ ଓ ଗେଣ୍ଡୁ ଫୁଲ ଧରି ବାରିପଦା ଗୁଣିଆ ନିର୍ଦ୍ଦେଶରେ ଝଡ଼ାଫୁଙ୍କା କରୁଥିଲେ। ପରେ ମୃତ ମନୋରଞ୍ଜନଙ୍କ ମୃତଦେହକୁ ଷ୍ଟ୍ରେଚର ନେଇ ହସ୍ପିଟାଲ ପରିସର ରଖି ଝଡାଫୁଙ୍କା କରିବା ସହିତ ମୃତଦେହ ପାଦ ଓ ଛାତିକୁ ଘଷିଥିଲେ । ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ ।