କନକବ୍ୟୁରୋ : ଆଧୁନିକ ଯୁଗରେ ଅନ୍ଧବିଶ୍ବାସ କମିବା ବଦଳରେ ବଢ଼ିଚାଲିଛି ।  ଆଉ ଏହି ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ନାବାଳିକା । ଠାକୁରାଣୀ ଆସିବା ନାଁରେ ନାବାଳିକାକୁ ନିର୍ଧୁମ ପିଟିଛନ୍ତି ଜଣେ ମହିଳା ।  ଯାଜପୁର ଜିଲ୍ଲା ଜେନାପୁର ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ପନ୍ତୁରି ଗ୍ରାମରୁ ଆସିଛି ଅନ୍ଧବିଶ୍ବାସର ଏଭଳି ଖବର । ସୂଚନା ଅନୁସାରେ, ଗାଁର ଜଣେ ନାବାଳିକାଙ୍କର ହଠାତ୍ ଦେହ ଖରାପ ହେଲା ।  ଯାହା ପରେ ସ୍ଥାନୀୟ ମଣି ତାରିଣୀ ଠାକୁରାଣୀଙ୍କ ପାଖକୁ ପୂଜା କରିବାକୁ ଆସିଥିଲେ। ତେବେ ମଙ୍ଗଳବାର ସେହି ଠାକୁରାଣୀଙ୍କ ପାଖକୁ ଆଉ ଚଣେ ମହିଳା ମଧ୍ୟ ଆସିଥିଲେ  । 

Advertisment

ହଠାତ୍ ମହିଳା ଜଣକ ନିଜ ଦେହରେ ଠାକୁରାଣୀ ଆସିଥିବା କହିଥିଲେ ଏବଂ ନାବାଳିକା ଜଣକ ଉଲଗ୍ନ କରି ନିର୍ମମ ଭାବେ ପିଟିଥିଲେ ।  ପ୍ରେତ ଲାଗିଥିବା କହି ନାବାଳିକାକୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି । ମାଡ଼ରେ ନାବାଳିକାର ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଡ଼ ମାରିଥିବା ମହିଳା ଓ ଠାକୁରାଣୀଙ୍କ ପୂଜା କରୁଥିବା ମହିଳାଙ୍କୁ ଅଟକ ରଖିଛି। ସେପଟେ ମାଡ଼ରେ ଅସୁସ୍ଥ ହୋଇଛନ୍ତି ନାବାଳିକା ।