କନକବ୍ୟୁରୋ : ଅନ୍ଧବିଶ୍ୱାସ ଓ କୁସଂସ୍କାରର କରୁଣ ପରିଣତି । ଗୁଣି ସନ୍ଦେହରେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କରିବା ପରେ ଡ୍ୟାମରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଗଜପତି ଜିଲ୍ଲା ମୋହନା ଥାନା ରାଚାଗୁଡା ଗାଁରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ହେଲେ ରାଚାଗୁଡ଼ା ଗାଁ ଗୋପାଳ ମଲ୍ଲିକ । ସୂଚନା ଅନୁସାରେ ୧୫ ଦିନ ପୁର୍ବରୁ ରାଚାଗୁଡ଼ା ଗାଁର ସୁବାସ ମଲ୍ଲିକଙ୍କ ପତ୍ନୀ ଝୁନୁ ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଗାଁର ଗୋପାଳ ମଲ୍ଲିକ ଗୁଣି କରି ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରିଥିଲେ ସୁବାସ ।
ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ପ୍ରତିଶୋଧ ନେବା ପାଇଁ ସୁବାସ ମଲ୍ଲିକ କିଛି ସହଯୋଗୀଙ୍କ ସହ ଗୋପାଳକୁ ଗାଁରୁ ହରଭଙ୍ଗି ଡ୍ୟାମ ପଟେ ଡାକି ନେଇଥିଲେ । ସେଠାରେ ଗୋପାଳର ହାତଗୋଡ ବାନ୍ଧି ଯୌନାଙ୍ଗ କାଟି ହତ୍ୟା କରି ଡ୍ୟାମରେ ଫିଙ୍ଗି ଦେଇଥିଲେ l ପୋଲିସ ଏହି ଘଟଣାରେ ଗାଁରୁ ୧୪ ଜଣଙ୍କୁ ଉଠାଇ ଆଣି ଥାନାରେ ପଚରାଉଚରା କରୁଛି l