କନକ ବ୍ୟୁରୋ : ଗିରଫ ହେଲେ ପୁଷ୍ପା୨ର ଫିଲ୍ମର ଅଭିନେତା ଅଲ୍ଲୁ ଅର୍ଜୁନ । ଫିଲ୍ମର ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ଅଲ୍ଲୁ । ହାଇଦ୍ରାବଦର ସନ୍ଧ୍ୟା ଥିଏଟରରେ ପୁଷ୍ପା୨ ସ୍କ୍ରିନିଂ ବେଳେ ହୋଇଥିଲା ଦଳାଚକଟା ।

Advertisment

ସୂଚନାମୁତାବକ, ୪ ଡିସେମ୍ବର ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପ୍ରିମିୟର ପାଇଁ ପହଞ୍ଚିଥିଲେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ । ଆଉ ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଗହଳି । ଏତେ ସଂଖ୍ୟାରେ ଲୋକ ଫିଲ୍ମ ହଲ୍‌ ବାହାରେ ଏକାଠି ହୋଇଥିଲେ ଯେ, ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୯ ବର୍ଷର ଛୋଟ ପୁଅ ଏବେ ବି ଚିକିତ୍ସାଧିନ ଅବସ୍ଥାରେ ଅଛି। 

ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିମାଡ଼ କରିବାକୁ ବାଧ୍ୟ ହୋଇଥିଲା । ତେବେ ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଇ ଜଣଙ୍କ ଜୀବନ ଚାଲିଯାଇଲା । ପ୍ରିମିୟର କ'ଣ ପାଇଁ ପହଞ୍ଚିଥିଲେ ଅଲ୍ଲୁ ସେନେଇ ଉଠିଥିଲା ପ୍ରଶ୍ନ । ଏବଂ ପରେ ଅଭିନେତାଙ୍କ ନାଁରେ ରୁଜୁ ହୋଇଥିଲା ମାମଲା ।