ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ : ୬ ବର୍ଷ ଭିତରେ ସବୁଠୁ ବଡ଼ ସୁପରମୁନ୍

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ ।   ରାତି ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ ।   ପୂର୍ଣ୍ଣିମା ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ପରେ ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଏ

7

Photograph: (KANAKNEWS)

କନକବ୍ୟୁରୋ :  ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ ।   ରାତି ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ ।  ପୂର୍ଣ୍ଣିମା ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ପରେ ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଏ  ।   ପୃଥିବୀ ଚାରିପାଖରେ ଚନ୍ଦ୍ରର କକ୍ଷପଥ ବୃତ୍ତାକାର ନୁହେଁ, ଅଣ୍ଡାକାର। ସେହି ଅନୁସାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ପ୍ରତି ମାସରେ ସାମାନ୍ୟ ପରିବର୍ତ୍ତନ ହୁଏ ।  ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ସମୟରେ ଓ ପୂର୍ଣ୍ଣିମା ସହିତ ମେଳ ଖାଇଲେ ତାକୁ ସୁପରମୁନ୍ କୁହାଯାଏ ।

ଅଧିକ ପଢନ୍ତୁ... ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରରୁ ବୋଇତ ବନ୍ଦାଣ କଲେ ଶ୍ରଦ୍ଧାଳୁ

ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି । ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ  ।   ସୁପରମୁନ୍ ସମୟରେ ପୂର୍ଣ୍ଣିମା ଚନ୍ଦ୍ର ଅନ୍ୟ ସମୟ ଅପେକ୍ଷା ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ଏଭଳି ମହାଜାଗତିକ ଘଟଣା ଦେଖିବା ପାଇଁ ଟେଲିସ୍କୋପ୍ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ନାହିଁ   ।   କେବଳ ସ୍ୱଚ୍ଛ ଆକାଶ ଏବଂ ସର୍ବନିମ୍ନ କୃତ୍ରିମ ଆଲୋକ ଦ୍ବାରା ଏହାକୁ ଦେଖିହେବ  । 

ଅଧିକ ପଢନ୍ତୁ ..ଶ୍ରୀମନ୍ଦିରରେ ଆଜି ସ୍ବତନ୍ତ୍ର ନୀତିକାନ୍ତି : ଆଜି ସୁନାବେଶରେ ମହାପ୍ରଭୁ ଦେବେ ଭକ୍ତଙ୍କୁ ଦର୍ଶନ

୬ ବର୍ଷ ଭିତରେ ଆଜି ସବୁଠୁ ବଡ଼ ସୁପରମୁନ୍ ଦେଖାଯିବ 
ଏହା ବିଭର ମୁନ୍ ବା ସର୍ବୋତ୍ତମ ସୁରମୁନ୍  
ଆଜିର ସୁପରମୁନ୍ ଅନ୍ୟମାନଙ୍କ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ
ଭାରତୀୟ ସମୟ ସଂଧ୍ୟା ୬ଟା ୫୦ରେ ଚନ୍ଦ୍ର ପେରିଜି ଅର୍ଥାତ୍ ନିକଟତମ ବିନ୍ଦୁରେ ପହଞ୍ଚିବ
ଏହା ନଅ ଘଣ୍ଟା ପରେ ଏହାର ଉଜ୍ଜ୍ୱଳତମ ସ୍ଥାନରେ ରହିବ ।
ମଧ୍ୟରାତ୍ରି ପରେ ଏହାର ଶିଖରରେ ପହଞ୍ଚିବ
ଆଜି ସୁପରମୁନ୍ ପୃଥିବୀଠାରୁ ୩୫୬,୯୮୦ କିଲୋମିଟର ଦୂରରେ ରହିବ
୨୦୧୯ ଫେବୃଆରୀ ପରେ ଚନ୍ଦ୍ର ଏଥର ପୃଥିବୀର ସବୁଠୁ ଅଧିକ ନିକଟତର ହେଉଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe