କନକ ବ୍ୟୁରୋ : ଫିଲିପାଇନ୍ସରେ ତାଣ୍ଡବ ରଚିଛି ‘ରାଗାସା’ । ସୁପର ଟାଇଫୁନ୍ ରାଗାସାର ତାଣ୍ଡବରେ ଛାରଖାର ହୋଇଯାଇଛି ଫିଲିପାଇନ୍ସ । ଏହି ମହାବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବହିଥିଲା । ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିଛି, ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ହଂକଂରେ ବି ଦେଖିବାକୁ ମିଳିଛି ରାଗାସାର ତାଣ୍ଡବ । ଏହି ସୁପର ଟାଇଫୁନ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଶହ ଶହ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ମହାବାତ୍ୟା ରାଗାସା ପାଇଁ ୫ ଦେଶରେ ଆଲର୍ଟ ଜାରି କରାଯାଇଛି । ଚୀନ, ଫିଲିପାଇନ୍ସ, ହଂକଂ, ଥାଇଲାଣ୍ଡ ଓ ତାଇୱାନ୍ରେ ଆଲର୍ଟ ଜାରି କରାଯାଇଛି । ହଂକଂରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
ଫିଲିପାଇନ୍ସରେ ତାଣ୍ଡବ ରଚିଲା ସୁପର ଟାଇଫୁନ୍ ‘ରାଗାସା’ : ୫ ଦେଶରେ ଆଲର୍ଟ
ଏହି ମହାବାତ୍ୟା ପ୍ରଭାବରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବହିଥିଲା । ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିଛି, ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି ।
/kanak/media/media_files/2025/09/23/philippines-2025-09-23-08-31-21.jpg)