କନକ ବ୍ୟୁରୋ: ଦକ୍ଷିଣପୂର୍ବ ଏସିଆରେ ପ୍ରକୃତିର ତାଣ୍ଡବ । ସୁପର ଟାଇଫୁନ୍ ’ରାଗାସା’ ପ୍ରଭାବରେ ତାଇୱାନର ପୂର୍ବରେ ଭୟଙ୍କର ବନ୍ୟା ହୋଇ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ବୁଧବାର ଅଗ୍ନିଶମ ବିଭାଗର ତଥ୍ୟ ଅନୁସାରେ, ହୁଆଲିଏନ୍ ଜିଲ୍ଲାରେ ଏହି ବିପତ୍ତି ଘଟିଛି । ସୋମବାରରୁ ଟାଇଫୁନ୍ ପ୍ରଭାବ ପଡ଼ିବା ପରେ ମଙ୍ଗଳବାର ଦିନ ବିକେଳିରେ ଏକ ବନ୍ଧ ଭାଙ୍ଗି ପୂର୍ବ ତାଇୱାନର ଗୁଆଙ୍ଗଫୁ ଟାଉନରେ ବନ୍ୟା ସୃଷ୍ଟି କରିଥିଲା । ଏହି ଟାଇଫୁନ ପ୍ରଭାବରେ ୧୨୫ ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି । ସେପଟେ ଟାଇଫୁନ୍ ବର୍ତ୍ତମାନ ଦକ୍ଷିଣ ଚୀନ ଓ ହଂକଂ ଆଡ଼କୁ ଅଗ୍ରସର ହେଉଛି ।
ଟାଇଫୁନ୍ ’ରାଗାସା’ର ତାଣ୍ଡବ ; ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ ଧ୍ବଂସଲୀଳା
ଦକ୍ଷିଣ ପୂର୍ବ ଏସିଆରେ ଟାଇଫୁନ ‘ରାଗାସା’ର ତାଣ୍ଡବ । ଫିଲିପାଇନ୍ସ, ହଂକଂ ପରେ ତାଇୱାନରେ ଧ୍ବଂସଲୀଳା । ଭାଙ୍ଗିଲା ଡ୍ୟାମ୍, ଉଡ଼ିଲା ଘର ।
/kanak/media/media_files/2025/09/24/52-2025-09-24-14-46-57.jpg)