ବକ୍ସ ଅଫିସରେ ପୁଣି ଗର୍ଜିବେ ସନ୍ନି ଦେଓଲ, 'ଗଦର ୩' ଘୋଷଣା କଲେ ନିର୍ଦ୍ଦେଶକ ଅନିଲ ଶର୍ମା

Advertisment

ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, 'ଗଦର ୩' ରିଲିଜ୍ ପୂର୍ବରୁ ସେମାନଙ୍କ ଭୂମିକା ବିଷୟରେ ଅଧିକ କିଛି କହିବୁ ନାହିଁ । 'ଗଦର' ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ 'ଗଦର ୩'ର ସ୍କ୍ରିପ୍ଟ ପୂର୍ବରୁ ଲେଖା ସରିଛି । ତେଣୁ ପ୍ରଶଂସକମାନଙ୍କୁ ଏଥିପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । 

ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, 'ଗଦର ୩' ରିଲିଜ୍ ପୂର୍ବରୁ ସେମାନଙ୍କ ଭୂମିକା ବିଷୟରେ ଅଧିକ କିଛି କହିବୁ ନାହିଁ । 'ଗଦର' ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ 'ଗଦର ୩'ର ସ୍କ୍ରିପ୍ଟ ପୂର୍ବରୁ ଲେଖା ସରିଛି । ତେଣୁ ପ୍ରଶଂସକମାନଙ୍କୁ ଏଥିପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । 

Gaddar -3

କନକ ବ୍ୟୁରୋ: ବଲିଉଡର ଆକ୍ସନ୍ ହିରୋ ସନ୍ନି ଦେଓଲ ବକ୍ସ ଅଫିସରେ ଏକ ବଡ଼ ଧମାକା କରିବା ପାଇଁ ପୁଣିଥରେ ପ୍ରସ୍ତୁତ । ଆଗାମୀ କିଛି ବର୍ଷ ମଧ୍ୟରେ ସେ କେତେକ ବଡ଼ ଫିଲ୍ମରେ ନଜର ଆସିବେ । 'ରାମାୟଣ' ଏବଂ 'ବର୍ଡର ୨'କୁ ନେଇ ସନ୍ନି ଦେଓଲ ଚର୍ଚ୍ଚାରେ ଥିବାବେଳେ, ଏବେ ତାଙ୍କର ଏକ ସୁପରହିଟ୍ ଫିଲ୍ମର ସିକ୍ୱେଲକୁ ନେଇ ମଧ୍ୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହକୁ ଦ୍ୱିଗୁଣିତ କରିଛି । ନିକଟରେ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଅନିଲ ଶର୍ମା ଫିଲ୍ମ 'ଗଦର ୩'ର ଘୋଷଣା କରିଛନ୍ତି । ଏଥିସହିତ ସେ ଅଭିନେତ୍ରୀ ଅମିଶା ପଟେଲଙ୍କ ସହ ତାଙ୍କର ମନୋମାଳିନ୍ୟ ଏବଂ 'ଗଦର ୩'ର କାହାଣୀ ବିଷୟରେ ମଧ୍ୟ କହିଛନ୍ତି  ।

'ଗଦର ୩' ଉପରେ ବଡ଼ ଅପଡେଟ୍

ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, 'ଅଭିନେତ୍ରୀ ଅମିଶା ପଟେଲଙ୍କ ସହ ମୋର ସମ୍ପର୍କ ବର୍ତ୍ତମାନ ବହୁତ ଭଲ ଅଛି । ସମୟ ସହିତ ସବୁକିଛି ଠିକ୍ ହୋଇଯାଏ । ସକିନା ଏବଂ ତାରା 'ଗଦର' ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କିନ୍ତୁ ଆମେ 'ଗଦର ୩' ରିଲିଜ୍ ପୂର୍ବରୁ ସେମାନଙ୍କ ଭୂମିକା ବିଷୟରେ ଅଧିକ କିଛି କହିବୁ ନାହିଁ । ଫିଲ୍ମ 'ଗଦର ୩' ନିଶ୍ଚିତ ଭାବେ ତିଆରି ହେବ । ଆମେ 'ଗଦର ୨'ର ଶେଷ ଦୃଶ୍ୟରେ ଦର୍ଶକଙ୍କୁ ଏହାର ପ୍ରତିଶୃତି ଦେଇସାରିଛୁ, ଯେଉଁଠାରେ ତାରାଙ୍କ ପୁଅ ଜିତେ (ଉତ୍କର୍ଷ ଶର୍ମା)ଙ୍କୁ କୁହାଯାଇଥିଲା ଯେ ସେ ସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ । ଆମେ ଏହି ବାର୍ତ୍ତା ସହିତ ଫିଲ୍ମକୁ ଶେଷ କରିଥିଲୁ ।'

କେବେ ଆରମ୍ଭ ହେବ 'ଗଦର ୩'ର ସୁଟିଂ?

'ଗଦର' ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ 'ଗଦର ୩'ର ସ୍କ୍ରିପ୍ଟ ପୂର୍ବରୁ ଲେଖା ସରିଛି । ତେଣୁ ପ୍ରଶଂସକମାନଙ୍କୁ ଏଥିପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ନିର୍ଦ୍ଦେଶକ କହିଛନ୍ତି ଯେ ଆସନ୍ତା ୨ ବର୍ଷ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ । ହଁ, କିନ୍ତୁ ଏହି ଫିଲ୍ମ ପାଇଁ 'ଗଦର' ଏବଂ 'ଗଦର ୨' ମଧ୍ୟରେ ଥିବା ୨୨ ବର୍ଷ ଭଳି ଲମ୍ବା ସମୟ ଲାଗିବ ନାହିଁ । ଏଥିସହିତ ନିର୍ଦ୍ଦେଶକ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଫିଲ୍ମର ତୃତୀୟ ଭାଗ ତାରା ଏବଂ ତାଙ୍କ ପୁଅର କାହାଣୀ ଉପରେ ଆଧାରିତ ହେବ ।

ଅମିଶା ପଟେଲଙ୍କ ବିଷୟରେ କ’ଣ କହିଲେ ଅନିଲ?

ସୂଚନାଯୋଗ୍ୟ ଯେ ଯେତେବେଳେ 'ଗଦର ୨' ରିଲିଜ୍ ହୋଇଥିଲା, ସେତେବେଳେ ଅମିଶା ପଟେଲଙ୍କୁ ନ ଜଣାଇ ଫିଲ୍ମର କ୍ଲାଇମାକ୍ସ ସୁଟ୍ କରାଯାଇଥିଲା, ଯାହାକୁ ନେଇ ଅମିଶା ରାଗି ଯାଇଥିଲେ। ତେବେ ଏହି ଅସନ୍ତୋଷ ସତ୍ତ୍ୱେ ଅମିଶା କିଛି ଦିନ ପୂର୍ବରୁ ମନୀଷ ପଲଙ୍କ ପଡକାଷ୍ଟରେ କହିଥିଲେ ଯେ ସେ ପୁରୁଣା କଥାକୁ ଭୁଲିଯିବାକୁ ଚାହାଁନ୍ତି। ଯଦି 'ଗଦର ୩'ର କାଗଜପତ୍ର କାମ ଠିକ୍‌ଠାକ୍ ରୁହେ, ତେବେ ସେ ନିଶ୍ଚିତ ଭାବେ ଏହି ଫିଲ୍ମ କରିବାକୁ ଚାହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe