କନକବ୍ୟୁରୋ : ମହାକାଶରୁ ଦୀପାବଳୀର ଶୁଭେଛା ଜଣାଇଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ପୃଥିବୀଠୁ ୨୬୦ ମାଇଲ ଦୂର ଅର୍ଥାତ୍ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ସୁନୀତା ଶୁଭେଛା ଜଣାଇଛନ୍ତି । ବାପାଙ୍କ ଠାରୁ ଦୀପାବଳିର ପରମ୍ପରା, ରିତିନୀତି ଏବଂ ଅନ୍ୟ ଭାରତୀୟ ପର୍ବ ଉପରେ ଶିକ୍ଷା ପାଇଥିବା ସୁନୀତା ନିଜ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।
ଗତ ଜୁନ୍ ମାସରୁ ମହାକାଶକୁ ଯାତ୍ରା କରିଥିବା ସୁନୀତା ମହାକାଶ ଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି । ୨୦୨୪ ଫେବୃଆରୀ ସୁଦ୍ଧା ସେ ପୃଥୀବୀ ପୃଷ୍ଠକୁ ଫେରିଆସିବା ନେଇ ଆଶା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/31/TCGYXyF8AZ4Ppe4kW4or.jpg)