କନକ ବ୍ୟୁରୋ: ମହାକାଶରୁ ଭୋଟ ଦେବେ ମହାକାଶଚାରୀ ସୁନୀତା ୱିଲିୟମ୍ସ । ସୁନୀତାଙ୍କ ସହଯୋଗୀ ବ୍ଲୁଚୋ ବୋମୋର ମଧ୍ୟ ଭୋଟ ଦେବେ  । ଏଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ନାସା । 

Advertisment

୧୯୭୭ରୁ ଯଦିଓ ଏହି ପ୍ରକିୟା କାର୍ଯ୍ୟକାରୀ କରାଯାଇଛି । ଏଥରକ କିଛି ନୂଆ ପ୍ରଣାଳୀ ଆପଣାଇବ ନାସା । ପୃଥିବୀଠାରୁ ୪ଶହ କିଲୋମିଟର ଦୂରରୁ ପଡିବ ଭୋଟ । ତେବେ ଏହାର ଉପାୟ ବେଶ ସରଳ  । ସେପଟେ  ସମୟ ଅତିବାହିତ ହେଉଛି, ଦିନି ପରେ ଦିନ ଗଡ଼ିଚାଲିଛି, ହେଲେ ପୃଥିବୀକୁ ଫେରୁନାହାନ୍ତି ସୁନିତା ୱିଲିୟମଏବଂ ତାଙ୍କ ସାଥି ବଚ୍ ୱିଲମୋର । ୩ ମାସ ହେଲା ମହାକାଶରେ ଫଶି ରହିଛନ୍ତି ଦୁଇ ମହାକାଶଚାରୀ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ପରେ ‘ନାସା’ ଦୁଇ ଆଷ୍ଟ୍ରୋନଟ୍ସଙ୍କ ବିନା ସ୍ପେଶ୍ କ୍ରାଫ୍ଟକୁ ପୃଥିବୀ ପୃଷ୍ଠ ଫେରାଇ ଆଣିଛି । ଆସନ୍ତା ବର୍ଷ ଫେବ୍ରୁଆରୀରେ ଦୁଇ ମହାକାଶଚାରୀ ଫେରିବେ ବୋଲି ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା । ଏହା ପୂର୍ବରୁ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ସ୍ପେଶ୍ ଷ୍ଟେସନରେ ପ୍ରେସ୍ କନଫରେନ୍ସ କରିଛନ୍ତି । 

ନାସାର ସ୍ପେଶ୍ ଷ୍ଟେସନ ମିଶନ ଜୁନ ମାସରେ ଆରମ୍ଭ ହୋଇଥିଲା । ଦୁଇ ଆଷ୍ଟ୍ରୋନଟ୍ସଙ୍କ ସହିତ ବୋଇଂ ଷ୍ଟାରଲାଇନର ଜୁନ ୫ ତାରିଖରେ ଫ୍ଲୋରିଡ଼ାରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ମିଶନର ଅବଧି ମାତ୍ର ୮ ଦିନ ଥିଲା । ହେଲେ ସୁନୀତା ଏବଂ ତାଙ୍କ ସାଥିଙ୍କୁ ଫେରିବାକୁ ଆହୁରି ୫ ମାସ ଲାଗିବ । ୮ ଦିନରୁ ୮ ମାସ ପର୍ୟ୍ୟନ୍ତ, ଆମେ ଆମର ସର୍ବୋତ୍ତମ ଦେବୁ ବୋଲି ମହାକାଶଚାରୀ ବଚ୍ ୱିଲମୋର କହିଛନ୍ତି । ଏହାଛଡ଼ା ନଭେମ୍ବର ୨ରେ ହେବାକୁଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ମହାକାଶରୁ ଭୋଟ୍ ଦେବେ ବୋଲି ସୁନିତା କହିଛନ୍ତି ।