ଦୀର୍ଘ ୯ ମାସ ପରେ ମହାକାଶରୁ ଫେରିବେ ମହାକାଶ ବିଜ୍ଞାନୀ ସୁନୀତା ୱିଲିଅମ୍ସ ଓ ବୁଚ୍ ୱିଲମୋର । ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ରେ ଫସି ରହିଥିବା ଦୁଇ ବୈଜ୍ଞାନିକଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବୈଜ୍ଞାନିକମାନେ ଫେରିବା ପୂର୍ବରୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେମାନଙ୍କ ଏହି ପ୍ରସ୍ତୁତିର ଏକ ଭିଡିଓ ନାସା ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ଉଭୟ ସୁନୀତା ଓ ବୁଚ୍ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି । ଦୀର୍ଘ ୯ ମାସ ପରେ ପୃଥିବୀପୃଷ୍ଠକୁ ଫେରିବେ ସୁନୀତା ଏବଂ ବୁଚ୍ । ଆଉ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ସ୍ପେଶ୍ କ୍ରାଫ୍ଟ ଜରିଆରେ ସେମାନେ ଫେରିବେ । ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୁନୀତା ଓ ବୁଚ୍ । ଆଜି ସକାଳ ୧୦ ଟା ୪୫ରେ ଆରମ୍ଭ ହେବ ଅନ୍ ଡକିଂ ପ୍ରକ୍ରିୟା । ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ଅନ୍ ଡକିଂ କରିବା ପରେ ପୃଥିବୀପୃଷ୍ଠ ଆଡକୁ ଆସିବେ । ଆଉ ଆସନ୍ତାକାଲି ଭୋର ସାଢେ ୩ ଟାରେ ପୃଥିବୀରେ ପହଞ୍ଚିବେ । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ ମାସ ହେବ ଫସି ରହିଥିଲେ ସୁନୀତା ଓ ତାଙ୍କ ସହଯୋଗୀ । ଏବେ ନାସା ପକ୍ଷରୁ ସ୍ପେଶ୍ ଏକ୍ସର ଫାଲକନ୍-୯ ରକେଟକୁ ଗୁରୁବାର କେନେଡି ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ତେବେ ୧୯ ତାରିଖ ସୁଦ୍ଧା ସୁନୀତା ପୃଥିବୀପୃଷ୍ଠକୁ ଫେରିବେ ବୋଲି ସୂଚନା ମିଳିଛି ।
/kanak/media/media_files/2025/03/18/umJuleXRYYgh5zyAuSnA.jpg)
ନାସା (NASA)ର ମହାକାଶଚାରୀ ସୁନୀତା ୱିଲିଅମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS) ରୁ ପୃଥିବୀକୁ ଫେରିବାକୁ ଯାଉଛନ୍ତି, ଯାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଦୁଇଜଣ ମହାକାଶଚାରୀଙ୍କ ଫେରିବା ପରେ ମହାକାଶରେ ୯ ମାସର ଯାତ୍ରା ଶେଷ ହେବ । ସୁନୀତା ୱିଲିଅମ୍ସ , ୱିଲମୋର ଏବଂ ଅନ୍ୟ ଦୁଇଜଣ କ୍ରୁ-୯ ର ସଦସ୍ୟ ସ୍ପେଶ୍ ଏକ୍ସ ଡ୍ରାଗନ ମହାକାଶଯାନରେ ପୃଥିବୀ ଆଡ଼କୁ ଫେରୁଛନ୍ତି ।
/kanak/media/media_files/2025/03/18/2UIX8jN6UruRedM3c1dR.jpg)
ଭାରତୀୟ ସମୟ ଅନୁସାରେ, ମାର୍ଚ୍ଚ ୧୮ ତାରିଖ ସକାଳ ୧୦ଟା ୩୫ ମିନିଟରେ ଏହି ଯାନଟି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS)ରୁ ଅଲଗା ହେବ, ଅର୍ଥାତ୍ ଅନଡକ୍ (Undock) କରାଯିବ ।
ଫେରିବାର ସମୟସୂଚୀ କ’ଣ?
NASA ପକ୍ଷରୁ ସୁନୀତା ଏବଂ ୱିଲମୋରଙ୍କ ଫେରିବା ସମ୍ବନ୍ଧୀୟ ସୂଚନା ଦିଆଯାଇଛି ।
• ମାର୍ଚ୍ଚ ୧୮ ସକାଳ ୦୮.୧୫ - ହ୍ୟାଚ୍ ବନ୍ଦ (ଯାନର ଢାଙ୍କୁଣୀ ବନ୍ଦ କରାଯିବ)
• ମାର୍ଚ୍ଚ ୧୮ ସକାଳ ୧୦.୩୫ - ଅନଡକିଙ୍ଗ (ଆଇଏସ୍ଏସରୁ ଯାନ ଅଲଗା ହେବ)
• ମାର୍ଚ୍ଚ ୧୯ ସକାଳ ୦୨.୪୧ - ଡିଅର୍ବିଟ୍ ବର୍ନ (ବାୟୁମଣ୍ଡଳରେ ଯାନର ପ୍ରବେଶ)
• ମାର୍ଚ୍ଚ ୧୯ ସକାଳ ୦୩.୨୭ - ସ୍ପ୍ଲାସଡାଉନ୍ (ସମୁଦ୍ରରେ ଯାନର ଅବତରଣ)
• ମାର୍ଚ୍ଚ ୧୯ ସକାଳ ୦୫.୦୦ - ପୃଥିବୀକୁ ଫେରିବା ସମ୍ବନ୍ଧରେ ପ୍ରେସ୍ କନଫରେନ୍ସ
/kanak/media/media_files/2025/03/18/kUNkPZ8eIbacjFKON1Re.jpg)
ପୂର୍ବରୁ ସ୍ଥିର ହୋଇଥିବା ଯୋଜନା କିପରି ବଦଳିଲା?
• ଜୁନ୍ ୨୦୨୪ : ସୁନୀତା ୱିଲିଅମ୍ସ ଏବଂ ୱିଲମୋର ଜୁନ୍ ୫, ୨୦୨୪ ରେ ପୃଥିବୀରୁ ମହାକାଶକୁ ଯାଇଥିଲେ, ଯେଉଁମାନଙ୍କର ଆଇଏସ୍ଏସରେ କିଛି ସମୟ ରହିବାର ଯୋଜନା ଥିଲା । ତେବେ, କିଛି ସମୟ ପରେ ଇଞ୍ଜିନିୟରମାନେ ଷ୍ଟାରଲାଇନରରେ ହିଲିୟମ ଲିକ୍ ଏବଂ ପ୍ରୋପଲସନ୍ ସିଷ୍ଟମରେ ତ୍ରୁଟି ଠାବ କଲେ, ଯାହା ଫଳରେ ଫେରିବାଟା ଅସୁରକ୍ଷିତ ହୋଇଗଲା ।
• ଅଗଷ୍ଟ ୨୦୨୪ : NASA ବିଳମ୍ବକୁ ସ୍ୱୀକାର କଲା ଏବଂ ୨୦୨୫ ଆରମ୍ଭରେ ସ୍ପେଶ୍ଏକ୍ସ ମିଶନ ମାଧ୍ୟମରେ ଏକ ବିକଳ୍ପ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କଲା ।
• ସେପ୍ଟେମ୍ବର ୨୦୨୪ : ଷ୍ଟାରଲାଇନର ମହାକାଶଚାରୀଙ୍କ ବିନା ପୃଥିବୀକୁ ଫେରିଲା, ଯାହା ଅନ୍ୟ ମହାକାଶଯାନ ପାଇଁ ଡକିଂ ପୋର୍ଟ ଖାଲି କରିଦେଲା । ସୁନୀତା ୱିଲିଅମ୍ସ ଏବଂ ୱିଲମୋରଙ୍କ ପାଇଁ ଏକ ସୁରକ୍ଷିତ ଫେରିବା ବିକଳ୍ପକୁ ଅପେକ୍ଷା କରିବା ସହିତ ଆଇ.ଏସ୍.ଏସ୍.ର ଅପରେସନାଲ୍ ଏଫିସିଏନ୍ସି ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା ।
/kanak/media/media_files/2025/03/18/PaPC8MhAJUcuwSf5ksMl.jpg)
ମିଶନ୍ ପରିଚାଳକ ପାଣିପାଗର ସ୍ଥିତି ଉପରେ ନଜର ରଖିବା ଜାରି ରଖିବେ, କାରଣ ଡ୍ରାଗନର ଅନଡକିଂ ଅନେକ କାରଣ ଉପରେ ନିର୍ଭର କରେ । ଯେଉଁଥିରେ ମହାକାଶଯାନର ପ୍ରସ୍ତୁତି, ଉଦ୍ଧାରକାରୀ ଦଳର ପ୍ରସ୍ତୁତି, ପାଣିପାଗ, ସାମୁଦ୍ରିକ ସ୍ଥିତି ଏବଂ ଅନ୍ୟାନ୍ୟ କାରକ ଅନ୍ତର୍ଭୁକ୍ତ । NASA ଏବଂ ସ୍ପେଶ୍ଏକ୍ସ କ୍ରୁ-୯ର ଫେରିବାର ସମୟ ପାଖେଇ ଆସିଲେ ସ୍ପ୍ଲାସଡାଉନ୍ ସ୍ଥାନ ସ୍ପଷ୍ଟ କରିବେ । ସୁନୀତାଙ୍କୁ ପାଛୋଟି ଆଣିବା ପାଇଁ ନାସା ସ୍ପେଶ୍ଏକ୍ସର ଡ୍ରାଗନ କ୍ରୁ କ୍ୟାପସୁଲକୁ ଚୟନ କରିଛି । ଏହି କ୍ୟାପସୁଲ୍ ନିର୍ମାଣ ହେବା ପରଠାରୁ ଏପର୍ଯ୍ୟନ୍ତ ୪୯ ଥର ଲଞ୍ଚ୍ ହୋଇସାରିଛି । ଡ୍ରାଗନ୍ କ୍ୟାପସୁଲ୍ ୪୪ ଥର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛି ଏବଂ ୨୯ ଥର ରିଫ୍ଲାଇଟ୍ ହୋଇଛି ।
/kanak/media/media_files/2025/03/18/8o187rCrCiCEadmaYYMv.jpg)