ମହାକାଶରୁ ଫେରିବେ ସୁନିତା ୱିଲିଅମ୍ସ ; ସ୍ପେସ୍ ଏକ୍ସର ସ୍ୱତନ୍ତ୍ର କ୍ୟାପସୁଲରେ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

ଆସନ୍ତା ବର୍ଷ ଫେବ୍ରୁଆରୀରେ ମହାକାଶରୁ ଫେରିବେ ସୁନିତା ଓ୍ୱିଲିଅମ୍ସ । ସ୍ପେସ୍ ଏକ୍ସର ସ୍ୱତନ୍ତ୍ର କ୍ୟାପସୁଲରେ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ କରାଯିବ ଉଦ୍ୟମ । ଜୁଲାଇ ୫ ତାରିଖରୁ ସ୍ପେଶ ଷ୍ଟେସନରେ ଫସି ରହିଛନ୍ତି ।

sunita

କନକ ବ୍ୟୁରୋ: ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ମହାକାଶରୁ ଭୂପୃଷ୍ଠକୁ ଫେରିବେ ସୁନିତା ଓ୍ୱିଲିଅମ୍ସ। ଏନେଇ ନାସା ପକ୍ଷରୁ ଦିଆଯାଇଛି ସୂଚନା। ସ୍ପେସ୍ ଏକ୍ସର ସ୍ୱତନ୍ତ୍ର କ୍ରୁ କ୍ୟାପସୁଲ ଜରିଆରେ ପୃଥିବୀକୁ ଫେରିବେ ସୁନିତା। 

ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଏକ ମିଶନ୍ ପାଇଁ ମହାକାଶକୁ ଯାଇଥିଲେ ସୁନିତା ଓ ତାଙ୍କ ସହଯୋଗୀ। ମାତ୍ର ତାଙ୍କ କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ତାହା ମହାକାଶରେ ନଷ୍ଟ ହୋଇ ଯାଇଥିଲା। ମାତ୍ର ୮ ଦିନ ପାଇଁ ମହାକାଶକୁ ଯାଇଥିବା ୨ ମହାକାଶଚାରୀ ସେବେଠାରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇ ଆଣିବା ପାଇଁ ନାସା ପକ୍ଷରୁ ଉଦ୍ୟମ ଜାରି ରହିଛି। ୮ ଦିନର ଯାତ୍ରା ଏବେ ୮ ମାସରେ ପରିବର୍ତ୍ତନ ହୋଇ ସାରିଲାଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe