ମହାକାଶରୁ ଭୋଟ ଦେବା ପାଇଁ ନାସା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବେ ସୁନୀତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ।

୧୯୯୭ରେ ଆମେରିକାର ସରକାର ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାରକୁ ଅନୁମତି ଦେଇଥିଲା । ଏହି ଭୋଟ୍ ବାଲାଟ୍ ପେପର୍ ମାଧ୍ୟମରେ ହୋଇଥାଏ ।

ଅଦ୍ୟତନ ହୋଇଛି
4444

କନକ ବ୍ୟୁରୋ: ଇତିହାସ ରଚିବାକୁ ଯାଉଛନ୍ତି ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ । ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ମାନବିକ ଅଧିକାର ସାବ୍ୟସ୍ତ କରିବେ। ଅର୍ଥାତ୍ ମହାକାଶରୁ ଦେବେ ଭୋଟ୍ । ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସେ ତାଙ୍କର ମତ ସାବ୍ୟସ୍ତ କରିବେ ବୋଲି ନାସା କହିଛି । ସୁନୀତା ୱିଲିୟମ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନର କମାଣ୍ଡର ଭାବରେ କାର୍ଯ୍ୟ କରୁଛନ୍ତି । ପୃଥିବୀ ପୃଷ୍ଠରୁ ପ୍ରାୟ ୪ଶହ କିଲୋମିଟର ଦୂରରୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ। ତେବେ ମହାକାଶରେ ମହାକାଶଚାରୀଙ୍କ ପାଇଁ ଭୋଟ୍ ଦେବା ଏହା ନୂଆ ନୁହେଁ ।

୧୯୯୭ ମସିହାରୁ ଏହା ଚାଲିଆସୁଛି । ୧୯୯୭ରେ ଆମେରିକାର ସରକାର ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାରକୁ ଅନୁମତି ଦେଇଥିଲା । ଏହି ଭୋଟ୍ ବାଲାଟ୍ ପେପର୍ ମାଧ୍ୟମରେ ହୋଇଥାଏ । ଏହା ପୂର୍ବରୁ ଡେଭିଡ ୱଲ୍ଫ ମହାକାଶରୁ ଭୋଟ୍ ଦେଇଥିଲେ । ଏହି ପ୍ରକ୍ରିୟାରେ ସାମିଲ ହେବାରେ ସେ ହେଉଛନ୍ତି ନାସାର ପ୍ରଥମ ମହାକାଶଚାରୀ । ସେ ମିର୍ ସ୍ପେସ୍ ଷ୍ଟେସନରୁ ମତ ସାବ୍ୟସ୍ତ କରିଥିଲେ । ସେହିପରି କାଟେ ରୁବିନ୍ସ ନିକଟରେ ୨୦୨୦ ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe