କନକ ବ୍ୟୁରୋ: ଗତ ୯ମାସ ଧରି ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସ ପୃଥିବୀ ପୃଷ୍ଠକୁ ଫେରିବା ନେଇ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଭାରତୀୟ ସମୟ ଅନୁସାରେ ବୁଧବାର ଭୋରରେ ପୃଥିବୀ ପୃଷ୍ଠକୁ ଫେରିବେ ସୁନୀତା ୱିଲିୟମ୍ସ ।
ବୁଧବାର ଫେରିବେ ସୁନୀତା ୱିଲିୟମ୍ସ
୯ ମାସ ଧରି ଆଇଏସ୍ଏସ୍ ଫସିରହିଛନ୍ତି
ସରିବାକୁ ଯାଉଛି ୯ ମାସର ଅପେକ୍ଷା । ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସବୁ ଉଦ୍ୟମ କରାଯାଉଛି । ଏଲନ ମସ୍କଙ୍କ ସ୍ପେସ୍ ଏକ୍ସର ସ୍ପେସ୍କ୍ରାଫ୍ଟ ଫାଲକନ ରବିବାର ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେ ପହଞ୍ଚିସାରିଛି । ଏବେ ନାସା ପକ୍ଷରୁ ମହାକାଶଚାରୀଙ୍କ ଫେରିବା ସମୟ ନେଇ ବଡ ସୂଚନା ମିଳିଛି ।
-ସରିବାକୁ ଯାଉଛି ୯ ମାସର ଅପେକ୍ଷା
-ବୁଧବାର ପୃଥିବୀକୁ ଫେରିବେ ସୁନୀତା
-ଭାରତୀୟ ସମୟ ଅନୁସାରେ ୧୯ ମାର୍ଚ୍ଚ ଭୋର ୩.୨୭ ମିନିଟ୍ରେ ଫେରିବେ
-୧୯ ମାର୍ଚ୍ଚରେ ଫ୍ଲୋରିଡାରେ ଅବତରଣ କରିବେ
-ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ କରିବ ନାସା
ସୁନୀତା ୱିଲିୟମ୍ସ ଓ ବେରୀ ବିଲମୋର ଜୁନ ୨୦୨୪ରେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରକୁ ଯାଇଥିଲେ । କେବଳ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ବୈଷୟିକ ତ୍ରୁଟି ପାଇଁ ୯ମାସ ହେବ ଫସି ରହିଛନ୍ତି । ଏମାନଙ୍କୁ ଫେରାଇ ଆଣିବାକୁ ଆମେରିକା, ଜାପାନ ଓ ରୁଷର ୪ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି ।
ସରିବ ୯ ମାସର ଅପେକ୍ଷା
-କ୍ରୁ ସ୍ପେସ୍-ଏକ୍ସ ଓ ନାସା ମିଳିତ ଉଦ୍ୟମକୁ ସଫଳତା ମିଳିଛି
-ଶୁକ୍ରବାର କ୍ରୁ-୧୦ ମିଶନ ଲଞ୍ଚ୍ କରାଯାଇଥିଲା
-ନାସା ଓ ସ୍ପେସ୍-ଏକ୍ସର ମିଶନକୁ କ୍ରିୟୁ-୧୦ ନାଁ ଦିଆଯାଇଛି
-୪ ଜଣ ମହାକାଶଚାରୀ ସ୍ପେସ୍ ସେଣ୍ଟରରେ ପହଞ୍ଚିଛନ୍ତି
-ନାସାର ଆନ ମ୍ୟାକକ୍ଲେନ୍, ନିକୋଲ ଆୟର୍ସ, ଟାକୁୟା ଓନିଶି, କିରିଲ ପେସକୋଭ ପହଞ୍ଚିଛନ୍ତି
ତେବେ ସୁନୀତା ଫେରିବା ନେଇ ସମୟ ଓ ଦିନ ସ୍ଥିର ହେବା ପରେ ଏନେଇ ମହକାଶଚାରୀଙ୍କ ସମେତ ପରିବାର ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ମହାକାଶଚାରୀ ପହଁଚନ୍ତୁ ବୋଲି ସବୁଠି ପ୍ରାର୍ଥନା କରାଯାଉଛି ।
ତେବେ ଏହି ଲମ୍ବା ପ୍ରକ୍ରିୟାକୁ ସଫଳ କରିବା ବେଶ କାଠିକର ପାଠ । ଛୋଟିଆ ଭୁଲ ମିଶନକୁ କ୍ଷଣିକରେ ବିଫଳ କରିପାରେ । ତେଣୁ ଟିକିନିକ ସବୁ ଦିଗରେ ନଜର ରଖାଯାଇ କିଭଳି ମହାକାଶଚାରୀଙ୍କ ଫେରାଇ ଅଣାଯିବ ସେ ଦିଗରେ ଧ୍ୟାନ ଦିଆଯାଉଛି । ସୂଚନା ଅନୁସାରେ ମହାକାଶଚାରୀ ଫେରିବା ପରେ ଡାକ୍ତରୀ ଯାଞ୍ଚ କରାଯିବ ଓ କିଛି ଦିନ ସେମାନଙ୍କୁ ଆଇସୋଲେସନ ରଖାଯିବ । ପରେ ସ୍ୱାଭାବିକ ହେବ ମହାକାଚାରୀଙ୍କ ଜୀବନଯାପନ । ଅନ୍ୟପଟେ ୮ଦିନ ପାଇଁ ଯାଇଥିବା ମହାକାଶଚାରୀ ୯ମାସ ଫଶି ରହିବା ଯୋଗୁଁ ସେମାନେ ମାନସିକ ଓ ଶାରୀରିକ ସମସ୍ୟା ଦେଇ ଗତି କରିବା ଆଶଙ୍କା ମଧ୍ୟ ରହିଛି ।